ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ,୩ ଅଭିଯୁକ୍ତ ଗିରଫ

ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ଥାନା ତଥା ସହରର ୭ନଂ ଓାର୍ଡସ୍ଥିତ କମାରଯୋଡାଠାରେ ରହୁଥିବା ରଂଜିତ ପାତ୍ର ନାମକ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ପୋଲିସ ଶନିବାର ସନ୍ଧ୍ୟାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ , ଅଭିଯୁକ୍ତ ୩ ଜଣ ହେଲେ କମାର ଯୋଡା ହୁଡି ସାହିର ରାଜେଶ ଗୋପ୍‌, ସାବାଙ୍ଗ ଲୋହାର, ଅମିତ ଲୋହାର । ସୂଚନା ଯୋଗ୍ୟକି, ଗତ ତା ୨୧/୧୧/୨୦୧୯ ରିଖ ଅପରାହ୍ନ ପ୍ରାୟ ୩ ଘଟିକା ସମୟରେ ରଂଜିତ ପାତ୍ର ଭଡା ଘରକୁ ଆସୁଥିବା ବେଳେ ଅମିତ, ଚିଲି, ନାଲୁ, ଅଜୟ ଓ ଅନ୍ୟମାନେ ମିଶି ରଂଜିତ ପାତ୍ରଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇ ଗୋଇଠା, ମୁଥ , ବିଧା ଓ ଠେଙ୍ଗାରେ ପ୍ରବଳ ମାଡ ମାରି ରକ୍ତାତ କରିଦେଇଥିଲେ । ଫଳରେ ରଂଜିତ ପାତ୍ର ଘଟଣା ସ୍ଥଳରେ ଅଚେତ ହୋଇ ପଡିଯାଇଥିଲେ । ପୋଲିସ ଉଦ୍ଧାର କରି ରଂଜିତ ପାତ୍ରଙ୍କୁ ଡାକ୍ତରଖାନାରେ ଭର୍ତି କରାଇଥିଲା । ଏନେଇ ରଂଜିତ ପାତ୍ରଙ୍କ ବାପା ମହେଶ ପାତ୍ର ଯୋଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଯୋଡା ପୋଲିସ କେଶ୍ ନଂ ୨୦୨/୨୦୧୯, ଦଫା ୩୦୭, ୩୪୧,୨୯୪, .୩୨୩, ୩୨୫, ୫୦୬, ଆଇପିସି ୩୪ ରୁଜୁ କରି ତଦନ୍ତ ଜାରି ରଖିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ