ଯୁବକଙ୍କୁ ମରଣାନ୍ତଙ୍କ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଜନୈକ ଯୁବକଙ୍କୁ ପୂର୍ବ ପାରିବାରିକ ଶତୃତାକୁ ନେଇ ମରଣାନ୍ତଙ୍କ ଆକ୍ରମଣ କରାଯାଇଥିବା ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର କୁଞ୍ଜବିହାରୀ ମିଶ୍ର ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ଘରୁ ବାହାରି କାମକୁ ଯିବା ସମୟରେ ରାସ୍ତାରେ ଗୁରୁବାର ସକାଳ ପ୍ରାୟ ସାଢେ ୮ଟା ବେଳେ ସେହି ଗ୍ରାମର ଗୋବିନ୍ଦ ଚନ୍ଦ୍ର ମିଶ୍ର ହଠାତ ତାଙ୍କୁ ଜୀବନରେ ମାରିଦେବା ଉଦେଶ୍ୟରେ ଏକ ଶାବଳରେ ପ୍ରଫୁଲ୍ଲଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ଫଳରେ ପ୍ରଫୁଲ୍ଲଙ୍କ ମୁଣ୍ଡ ଫାଟି ଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସେ ମରିଗଲି ମରିଗଲି ବୋଲି ଚିତ୍କାର କରିଥିଲେ । ଏସମ୍ପର୍କରେ ଗାଁ ଲୋକଙ୍କ ଠାରୁ ଖବର ପାଇ ପ୍ରଫୁଲ୍ଲଙ୍କ ବାପା କୁଞ୍ଜ ଘଟଣାସ୍ଥଳକୁ ଯାଇ ପୁଅକୁ ନେଇ ଥାନାକୁ ଯିବା ପାଇଁ ବାହାରିବା ସମୟରେ ଗୋବିନ୍ଦଙ୍କ ବାପା ଓ ମା ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । କୁଞ୍ଜ ଜୀବନ ବିକଳରେ ଆହତ ପୁଅକୁ ନେଇ ସଦର ଥାନାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ଅନୁସନ୍ଧାନ କଲରୁଥିବା ସୂଚନା ମିଳିଛି । କୁଞ୍ଜଙ୍କ ପୁଅ ପ୍ରଫୁଲ୍ଲ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ