ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଜି.ବଂଶୀ ଦୋରା ଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ବି. କାର୍ତ୍ତିିକେଶ୍ୱର ଦୋରା କୁ    ବୁଧବାର ତଦନ୍ତକାରୀ ଅଧିକାରୀ ଏସ.ଆଇ ଦୁଷ୍ମନ୍ତ କୁମାର ପ୍ରଧାନ ଗିରଫ କରି  କୋର୍ଟ ଚାଲାଣ କରିଛନ୍ତି। ଗତ ସାଧାରଣ ନିର୍ବାଚନ ପରଠାରୁ ଗ୍ରାମର ଦୁଇ ଯୁବଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିଲା।ଗ୍ରାମରେ ମନରେଗା ଯୋଜନାରେ ରାସ୍ତାକାମ କୁ ନେଇ ସୋମବାର ସନ୍ଧ୍ୟାରେ ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ବଚସା ପରେ ଧସ୍ତାଧସ୍ତି ହୋଇଥିଲା।ଉଭୟପକ୍ଷ ଥାନାରେ ପହଞ୍ଚି ଏତଲା ଦେଇଥିଲେ।ପୁଲିସ ଉଭୟପକ୍ଷ ଙ୍କୁ ବୁଝାସୁଝା କରି ପରଦିନ ସକାଳୁ ଥାନାକୁ ଆସିବାପାଇଁ କହିଥିଲେ। ରାତି  ପ୍ରାୟ ସାଢ଼େ ୮ ଟାରେ ଜି.ବଂଶୀ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଗ୍ରାମର ହନୁମାନ ମନ୍ଦିର ସମ୍ମୁଖରେ କାର୍ତ୍ତିକ ଙ୍କ ସମେତ ଅନ୍ୟ ୮ ଜଣ ତାଙ୍କୁ ପୂର୍ବ ଯୋଜନା ପ୍ରକାରେ ବିଭିନ୍ନ ମାରଣାସ୍ତ୍ର ରେ ଘାତକ ଆକ୍ରମଣ କରିଥିଲେ।ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ