ଯୁବକଙ୍କୁ ହତ୍ୟା

ଯୋଡା,(ସମୀର କୁମାର ଦାସ): ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ରାସ୍ତା ନିକଟରୁ ଶନିବାର ଦିନ ୮ଟା ବେଳେ ଏକ ମୃତଦେହ ପଡିଥିବାର ସୂଚନା ଯୋଡା ଥାନାକୁ ବାଂଶପାଣି ଅଂଚଳର କିଛି ଯୁବକ ଦେଇଥିଲେ । ଯୋଡା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଥିଲା ଯେ, ମୃତ ଯୁବକଙ୍କ ନାମ ବିଶାଳ ହୁଞ୍ଜର(୨୫) ସେ ଝାଡଖଣ୍ଡ ରାଜ୍ୟର ଉକୁମମାଟକାମ ଗ୍ରାମର, ବିଶାଳ ୧ ମାସ ହେଲା ବାଂଶପାଣି ଠାରେ ତାଙ୍କ ସମ୍ପର୍କିୟଙ୍କ ଘରେ ରହୁଥିଲେ । ଶୁକ୍ରବାର ରାତିରେ ସେ ଶୌଚ ହେବାପାଇଁ ନିକଟସ୍ଥ ପୋଖରୀକୁ ଯାଇ ଆଉ ଫେରିନଥିଲେ । ଶନିବାର ସକାଳୁ ତାଙ୍କ ମୃତଦେହ ଯୋଡା ବାମେବାରୀ ରାସ୍ତାର ବାଂଶପାଣି ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଁଚି ବିଶାଳ ହୁଞ୍ଜରଙ୍କ ମୃତଦେହକୁ ଜବତ କରିଥିଲା ଓ ସେଠାରେ ପଡିଥିବା ଏକ କଟୁରିକୁ ଜବତ କରିଥିଲା । ଏ ସଂକ୍ରାନ୍ତରେ ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ କହିଛନ୍ତି ଯେ, ଏହା ଏକ ହତ୍ୟାକାଣ୍ଡ । ଏ ସଂକ୍ରାନ୍ତରେ ଯୋଡା ଥାନାରେ କେସ୍ ନଂ ୦୨/୨୦୨୧ ରୁଜୁ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ