ଯୁବକଙ୍କ ଅକାଳ ବିୟୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ଗ୍ରାମର ମେଳାପୀ ତଥା ମିଷ୍ଟଭାଷୀ ଯୁବକ ବିଶ୍ୱରଞ୍ଜନ ରାଉତ(୩୮)ଙ୍କର ବୁଧବାର ବିଳମ୍ବିତ ରାତ୍ରିରେ ଅକାଳ ବିୟୋଗ ଘଟିଛି। ବିଶ୍ୱରଞ୍ଜନ କିଛିଦିନ ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ବୁଧବାର ରାତିପ୍ରାୟ ୧୧ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ବିଭିନ୍ନ ସଂଗଠନ ସହିତ ଜଡିତ ଥିବା ବେଳେ ମଞ୍ଜୁରୀରୋଡ଼ କାଳୀ କମିଟିର ଉପସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ। ମୃତ୍ୟୁ ଖବର ପାଇ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ନାଆମୀ ସମବାୟ ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, କଂଗ୍ରେସ ନେତା ଅଜୟ ସାହୁ, ନାରିନେତ୍ରୀ ସୁଜାତା ଜେନା, ସାମ୍ବାଦିକ ଧ୍ରୁବ ଚରଣ ବାରିକ, ପ୍ରକାଶ ମହାପାତ୍ର, ସୁବାଷ ଦାସ, ରମେଶ ଭାରତୀ, ପ୍ରସନ୍ନ ସାହୁ, ବିନୋଦ ବିହାରୀ ରାଉତ, ଚିତ୍ତରଞ୍ଜନ ପତି, ମନୋରଞ୍ଜନ ସାହୁ, ତପ୍ତସୂର୍ଯ୍ୟ ବିଶ୍ୱାଳ ପ୍ରମୁଖ ପାର୍ଥିବ ଶରୀରର ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବିଶ୍ୱରଞ୍ଜନଙ୍କ ଅକାଳ ମୃତ୍ୟୁ ଯୋଗୁ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ