ଯୁବକଙ୍କ ଅଜବ ବାଇକ୍ କିଣା ନିଶା
ଆଜିକାଲିର ଯୁବପିଢ଼ିଙ୍କୁ ବାଇକ୍ ନିଶା ଖୁବ୍ ଜୋର୍ରେ ଘାରିଛି । ହାତରେ ଟଙ୍କା ନ ଥିଲେ ମଧ୍ୟ କେଉଁଠୁ କେମିତି କ’ଣ କରି ବାଇକ୍ ଖଣ୍ଡେ ଯୋଗାଡ଼ରେ ଲାଗିପଡ଼ିଛନ୍ତି । ଏହାର ଏକ ସଦ୍ୟତମ ଉଦାହରଣ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି । ମେଜାମ୍ବିକ୍ୟୁରେ ଜଣେ ଯୁବକ ବାଇକ୍ କିଣିବା ପାଇଁ ନିଜ ମୃତ ମା’-ବାପାଙ୍କ ଅସ୍ଥି ବିକିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ଯୁବକ ଜଣଙ୍କ ନିଜ ମା’ବାପାଙ୍କ କବର ଖୋଳୁଥିବାବେଳେ ପୋଲିସ ଉକ୍ତ ତାଙ୍କୁ ଗିରଫ କରିଛି । ଉକ୍ତ ଯୁବକଙ୍କୁ ଜଣେ ବ୍ୟକ୍ତି ମଣିଷ କଙ୍କାଳ ଦେଲେ ୩୦୦ ଡଲାର କ୍ୟାସ୍ ମିଳିବ ବୋଲି କହିଥିଲେ । ଏଥିରେ ଉତ୍ସାହିତ ହୋଇ ଯୁବକ ଜଣଙ୍କ ଏଭଳି ପଦକ୍ଷେପ ନେଇଥିବା ପୋଲିସ କହିଛି । ସୂଚନାଯୋଗ୍ୟ, ସାରା ବିଶ୍ୱର ଅନେକ ଦେଶରେ ମାନବ କଙ୍କାଳର ଚୋରା ଚାଲାଣ କରାଯାଉଛି । ଏନେଇ କଡା ନିୟମ କରାଯାଇଥିଲେ ମଧ୍ୟ ଏହା ଉପରେ ରୋକ ଲଗାଯାଇପାରୁନାହିଁ ।


