ଯୁବକଙ୍କ ଆକ୍ରମଣରେ ମାଆ ପୁଅ ଲହୁଲୁହାଣ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଗାଙ୍ଗପୁର ଥାନା ଅନ୍ତର୍ଗତ ଗୁଡ଼ିବନ୍ଧ ଗ୍ରାମରେ ଦୁଇ ଯୁବକ ଘରେ ପଶି ମାଆ ପୁଅଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି I ଆକ୍ରମଣର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଗ୍ରାମର ଜମ୍ବୁ ଦାସ (54) ଏବଂ ତାଙ୍କ ପୁଅ ମଙ୍ଗୁଳୁ (27) I ସୂଚନା ପ୍ରକାରେ ଗ୍ରାମରେ ନାମ ଯଜ୍ଞ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ସେଠାରେ କୌଣସି କଥାକୁ କେନ୍ଦ୍ର କରି ମଙ୍ଗୁଳୁ ଏବଂ ଗ୍ରାମର ଜଣେ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା I ଆଜି ସନ୍ଧ୍ୟାରେ ଦୁଇ ଜଣ ଯୁବକ ହଠାତ୍ ମଙ୍ଗୁଳୁଙ୍କ ଘରେ ପଶି ଠେଙ୍ଗା ଏବଂ କୁରାଢିରେ ମଙ୍ଗୁଳୁ ଏବଂ ତାଙ୍କ ମାଆ ଜମ୍ବୁଙ୍କୁ ଆକ୍ରମଣ କରିଥିଲେ I ଆକ୍ରମଣରେ ଗୁରୁତର ମଙ୍ଗୁଳୁ ଏବଂ ଜମ୍ବୁଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି I ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ