ଯୁବକଙ୍କ ଆତ୍ମହତ୍ଯା

କୋଦଳା(ବାପୁନି କୁମାର ମାଲୁ):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଗୁନିଆପଡା ଥାନା ଅନ୍ତର୍ଗତ ବଡ଼ ଖଇରଖମା ଗ୍ରାମରେ ଯୁବକଙ୍କ ଆତ୍ମହତ୍ଯା। ବେକରେ ଗାମୁଛା ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବଡ଼ ଖଇରଖମା ଗ୍ରାମର ରାଜକିଶୋର ଦାସ ଙ୍କ ପୁଅ ପ୍ରକାଶ ଦାସ ନାମକ ଜଣେ ଯୁବକ ଶୁକ୍ରବାର ସକାଳେ ନିଜ ଦାଣ୍ଡ ଘରର ଏକ ଦୁଲାକୁ ଗାମୁଛା ଦ୍ବାରା ବେକକୁ ବାନ୍ଧି ଆତ୍ମହତ୍ୟା କରିଛନ୍ତି । ତାଙ୍କ ସ୍ତ୍ରୀ ପରବର୍ତ୍ତୀ ସମୟରେ ଦେଖିବା ପରେ ତୁରନ୍ତ ତାଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ସଂପର୍କରେ ଖବର ପାଇ ବେଗୁନିଆପଡ଼ା ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ଏନେଇ ବେଗୁନିଆପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା ୧୩/୨୦୨୪ ରେ ରୁଜୁ କରି ତଦନ୍ତ କରୁଛି ପୋଲିସ୍। ତେବେ ଯୁବକ ଜଣକ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇ ପାରି ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ