ଯୁବକଙ୍କ ଆତ୍ମହତ୍ୟା , କାରଣ ଅସ୍ପଷ୍ଟ
କଳାହାଣ୍ଡି(ଯୁଗାବ୍ଦ ନ୍ୟୁଜ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୂମୁଣ୍ଡା ପଞ୍ଚୟତ ଥୁଟିବାର ଗ୍ରାମର ଜଣେ ଯୁବକ ପୂର୍ଣ୍ଣଚନ୍ଦ୍ର ଗୋପାଳ ଦାଦନ ଖଟିବାକୁ ଗୋଆ ଯାଇଥିବା ବେଳେ ଗତକାଲି ସେ ରହୁଥିବା ବସ୍ତି ନିକଟସ୍ଥ ଏକ ବିଦ୍ୟୁତ ଖୁଣ୍ଟ କୁ ଚଡି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ତେବେ ସେ କେଉଁ କାରଣ କୁ ନେଇ ଆତ୍ମହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ। ମୃତ ବ୍ୟକ୍ତି ଙ୍କ ଦୁଇ ପୁଅ ମଧ୍ୟ ସେଠାରେ ରହୁଥିବା ଜଣାପଡିଛି।ପୋଲିସ ଶବ ଜବତ କରି ତଦନ୍ତ କରୁଥିବା ସୂଚନା ମିଳିଛି।