ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ,ପୋଲିସର ତଦନ୍ତ ଜାରି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ ଜଣେ ଯୁବକ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଏହି ଆତ୍ମହତ୍ୟା କାରଣ ଅସ୍ୱଷ୍ଟ ରହିଛି । ରହସ୍ୟ ଉଦଘାଟନ ପାଇଁ ପୋଲିସର ତଦନ୍ତ ଜାରି ରହିଛି । ଗୁରାଣ୍ଡି ଥାନା ସୂତ୍ରରୁ ପ୍ରକାଶ ଯେ ତାଟିପେଟି ଗ୍ରାମର ବି.ଗୁନାରାଓ(୨୯) ସବୁ ଦିନେ ସକାଳ ୫ଟାରେ ଉଠି ନିତ୍ୟ କର୍ମ ସାରି ତାଙ୍କର ସାଇକେଲ ଦୋକାନକୁ ଯାଆନ୍ତି । କିନ୍ତୁ ସକାଳ ୭ଘଣ୍ଟା ପର୍ଯ୍ୟନ୍ତ ତାଙ୍କ କବାଟ ଖୋଲା ନଥିବାରୁ ପଡିଶା ଘରର ମହିଳା ତାଙ୍କ ସ୍ୱାମୀଙ୍କୁ କହିଥିଲେ । ତାଙ୍କ ସ୍ୱାମୀ ଏବଂ କିଛି ବ୍ୟକ୍ତି ସେହି ଘରର କବାଟ ଖୋଲି ଦେଖିଲା ବେଳକୁ ଗୁନା ରାଓ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ମୃତକଙ୍କ ଭିଣୋଇ ଗୁରାଣ୍ଡି ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଗୁରାଣ୍ଡି ଥାନା ଅଧିକାରୀ ମୁକେଶ କୁମାର ବେହେରାଙ୍କ ନେତୃତ୍ୱରେ ଏ.ଏସ୍.ଆଇ. ଲୋକନାଥ ବେହେରା ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଥିଲେ । ଶବକୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ବ୍ୟବଚ୍ଛେଦ ପରେ ଶବଟିକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଆତ୍ମହତ୍ୟା କେଉଁ କାରଣରୁ ଘଟିଲା ତାହା ବର୍ତ୍ତାନ ସୁଦ୍ଧା ଅସ୍ୱଷ୍ଟ । ଘଟଣା ସମ୍ପର୍କରେ ଗୁରାଣ୍ଡି ଥାନାରେ ୫/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାର ଥାନା ସୂତ୍ରରୁ ପ୍ରକାଶ ।