ଯୁବକଙ୍କ ଆତ୍ମହତ୍ୟା

ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ପାଢି ଖଣି ହଟିଂଠାରେ ରବିବାର ସକାଳ ସମୟରେ ଜଣେ ଯୁବକ ଫାସି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବକ ଜଣକ ହେଲେ ଟୁନୁ ମୁଣ୍ଡା(୩୫) । ଖବର ନେବାରୁ ଜଣାପଡିଛି ଯେ, ମୃତ ଟୁନୁ ତାଙ୍କ ଶୋଇବା ଘରୁ ରବିାବର ସକାଳ ସମୟରେ ବାହାରି ନଥିବାରୁ ତାଙ୍କ ପରିବାର ଲୋକେ ସନ୍ଦେହ କରି କବାଟ ଭାଙ୍ଗି ଖୋଲିଥିଲେ । ଘର ଭିତରେ ଟୁନୁ ଏକ ଶାଢି ଯୋଗେ ବେକରେ ଫାଶି ଲଗାଇ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇ ପରିବାର ଲୋକେ ପୋଲିସକୁ ଜଣାଇଥିଲେ । ଖବରପାଇ ଯୋଡା ପୋଲିସ ଘଟଣାସ୍ଥଳରେ ପହନଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ପୋଲିସ ସୂଚନା ଦେଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ମଧ୍ୟ ପୋଲିସ ସୂଚନା ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ