ଯୁବକଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଗୁରୁବାର ସକାଳେ ହିଞ୍ଜିଳି ଥାନା ଘୋଡାହାଡ ନଦୀ ନିକଟସ୍ଥ ଏକ ବିଲ ମଧ୍ୟରୁ ଜୈନିକ ଯୁବକଙ୍କ ଝୁଲନ୍ତା ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣକ ଶେରଗଡ ଥାନା ଧନନ୍ତର ଗ୍ରାମର  ବିଦେଶୀ ସେଠି(୪୦) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୧୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାରେ ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ଯୁବକ ଜଣଙ୍କ ହିଞ୍ଜିଳିକାଟୁ ଘୋଡାହାଡ ନଦୀ ନିକଟରେ ଘୁରି ବୁଲୁଥିଲେ । ଗୁରୁବାର ସକାଳୁ ନଦୀ ନିକଟସ୍ଥ ଏକ ବିଲ ମଧ୍ୟରେ ଥିବା କେଳିକଦମ୍ବ ଗଛରେ ପିନ୍ଧା ଲୁଙ୍ଗିରେ ଝୁଲନ୍ତା ଅବସ୍ଥାରେ ରହିଥିବା ବେଳେ ବିଲକୁ କାମ କରିବାକୁ ଯାଇଥିବା କିଛି ଲୋକେ ଦେଖି ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ