ଯୁବକଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ପୋଚିଲିମା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି।ମାନସିକ ଚାପରେ ରହି ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ହେଲେ ହିଞ୍ଜିଳି ଥାନା ପୋଚିଲିମା ଗ୍ରାମର ଡି.ରାଜେଶ (୨୪)। ସୂଚନା ମୁତାବକ ବାହାର ରାଜ୍ୟରେ କାମ କରୁଥିବା ଯୁବକ ଜଣଙ୍କ ଗତ ୨୪ ତାରିଖରେ ଘରକୁ ଫେରିଥିଲେ। କୌଣସି କାରଣକୁ ନେଇ ସେ ଅଧିକାଂଶ ସମୟରେ ଅନ୍ୟମନସ୍କ ରହୁଥିଲେ। ସୋମବାର ଘର ଛାତରେ ଥିବା ଲୁହାରିଙ୍ଗରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଜାଣିପାରି ହିଞ୍ଜିଳି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରିଛି। ଏନେଇ ହିଞ୍ଜିଳି ଥାନା କେସ ନଂ ୧୯/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ