ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର
କେନ୍ଦୁଝର,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କାଳିମାଟି ନିକଟସ୍ଥ ନୁଆହଟିଂ ଜଙ୍ଗଲରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଯୁବକ ଜଣକ ପରିଚୟ ତେଲକୋଇ ଥାନା ଅନ୍ତର୍ଗତ ଜଗମୋନପୁର ନିକଟସ୍ଥ ତେଲକୋଇ ଗ୍ରାମର ଅଶୋକ ମହାଙ୍କୁଡ ବୋଲି ଜଣାପଡିଛି । ମୃତକ ଅଶୋକ ପେଶାରେ ଜଣେ ଟ୍ରକ ଚାଳକ । ଗତ କିଛି ଦିନ ଧରି ଅଶୋକ ନିଖୋଜ ରହିଥିଲେ । ତାଙ୍କର କୈାଣସି ପତ୍ତା ମିଳିନଥିବା ବେଳେ ଗ୍ରାମବାସୀ ଶୈାଚ କରିବାକୁ ଯାଇଥିବା ବେଳେ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଶବବ୍ୟେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଛି । ଅନ୍ୟ ପଟେ ପୋଲିସ ତରଫରୁ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।