ଯୁବକଙ୍କ ଗଳିତ ଶବ ଉଦ୍ଧାର,ହତ୍ୟା ସନ୍ଦେହ

ଭବାନୀପାଟଣା,(‌ୱାଇଏନ୍‌ଏସ୍‌): କଳାହାଣ୍ଡି କେସିଙ୍ଗା ରେଳଷ୍ଟେସନ ଗୋଦାମ ବୁଦା ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର। ମୃତକ କର୍ଲାମୁଣ୍ଡା ବ୍ଲକ ରେଗଡା ଗାଁ ର ଶେଷଦେବ କମ୍ପ। ଗତ ୧୧ ତାରିଖ ରୁ ଯୁବକ ନିଖୋଜ ରହିଥିଲେ। ତାଙ୍କୁ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି। ନିଖୋଜ ପରେ ପରିବାର ନିର୍ଦିଷ୍ଟ ବ୍ୟକ୍ତି କୁ ଦାୟୀ କରି ମଦନପୁର ରାମପୁର ଥାନା ରେ ଅଭିଯୋଗ କରିଥିଲେ ହେଁ ପୋଲିସ ମାମଲା ରୁଜୁ କରି ନ ଥିବା ପରିବାର ଅଭିଯୋଗ କରିଛନ୍ତି।ଅପରପକ୍ଷେ କେସିଙ୍ଗା ରେଳଷ୍ଟେସନ ଗୋଦାମ ନିକଟସ୍ଥ ଏକ ବୁଦା ନିକଟ ରୁ ଏହି ଯୁବକ ର ଗଳିତ ଶବ ଉଦ୍ଧାର କରାଯାଇଛି।ମ ରାମପୁର ପୋଲିସ ଥାନାରେ ରେ ଏକ ମାମଲା ରୁଜୁ ହୋଇଛି। କେସିଙ୍ଗା ଏସ ଡି ପି ଓ ଙ୍କ ତତ୍ୱାବଧାନ ରେ ନର୍ଲା ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣା ର ତଦନ୍ତ କରୁଛି।ପ୍ରାଥମିକ ଅନୁସନ୍ଧାନ ରୁ ହତ୍ୟା ଜଣାପଡ଼ିଛି।ଏହି ଘଟଣା ରେ ପୋଲିସ ୨ ଅଭିଯୁକ୍ତ କୁ ଅଟକ ରଖି ପଚରା ଉଚରା କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ