ଯୁବକଙ୍କ ଘର ଭିତରୁ ୮୬ କେ ଜି ଗଞ୍ଜେଇ ଜବତ କଲା ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପାଟପୁର ଥାନା ପୋଲିସ ଗୁରୁବାର ଅପରାହ୍ନରେ ପାଟପୁର ଘୋଡାହାଡ଼ ନଦୀ ତଟ ସାହି ର ଜଣେ ଯୁବକଙ୍କ ଘରେ ଚଢାଉ କରି ୮୬ କେ ଜି ଗଞ୍ଜେଇ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଗ୍ରାମର ପୁରୁଷୋତ୍ତମ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ପରୁଷୋତ୍ତମ ଦୀର୍ଘ ଦିନ ଧରି ଗଜପତି ଅଞ୍ଚଳରୁ ବେଆଇନ ଭାବେ ଗଞ୍ଜେଇ ଆଣି ରହୁଥିବା ଘରଭିତରେ ମହଜୁଦ ରଖିବା ସମୟ ଦେଖି ରାତା ରାତି ବାହାର ରାଜ୍ୟକୁ ଚୋରାଚାଲାଣ କରୁଥିବା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲେ । ଗତକାଲି ଅପରାହ୍ନ ୩ ଘଣ୍ଟା ସମୟରେ ଏସ୍ଆଇ ମିଲନ ପ୍ରଧାନ ନେତୃତ୍ବରେ ସାନଖେମୁଣ୍ଡି ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଡା ଶ୍ରୀନିବାସ ବେହେରା ଉପସ୍ଥିତ ରହି ଉକ୍ତ ଘରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ପୋଲିସ ୨ ବସ୍ତାରେ ରହିଥିବା ଗଞ୍ଜେଇ ଜବତ କରିବା ସହ ଯୁବକଙ୍କୁ ଗିରଫ କରିଥିଲେ । ଏନେଇ ଶୁକ୍ରବାର ଦିନ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ଗଞ୍ଜେଇର ଓଜନ କରିବା ପରେ ସେଥିରେ ୮୫ କେଜି ୮୦୦ ଗ୍ରାମ ରହିଥିବା ବେଳେ ସହ ଯାହାର ବଜାର ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଆସିକା ଏସଡିପିଓ ଉମାଶଙ୍କର ସିଂ ସାମ୍ବାଦିକ ସମ୍ମିଲନି ରେସୂଚନା ଦେଇଛନ୍ତି । ଏନେଇ ପାଟପୁର ଥାନା ମାମଲା ନଂ ୧୩୩ /୨୦୨୨, ଦଫା ଏକ ମାମଲା ରୁଜୁ କରାଯାଇ କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡ଼ିଛି ।


