ଯୁବକଙ୍କ ଚାଷ ଜମିରୁ କ୍ଷତାକ୍ତ ମୃତଦେହ ସହ ବାଇକ ଜବତ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ପତିଗୁଡ଼ା ପଞ୍ଚାୟତ ଡୋଳବ ଗାଁ ନିକଟ ରାସ୍ତାକଡ ଚାଷଜମି ରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ସହ ଏକ ବାଇକ କୁ ସୋମବାର ସକାଳେ ପାଟପୁର ପୋଲିସ ଜବତ କରିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପୋଡ଼ାମାରି ଗ୍ରାମ ଢ଼ିମିରା ସାହି ର ରଜତ ଗୌଡ଼ (୨୫)। ରଜତ ଙ୍କ ମୁଣ୍ଡ ରେ ଗଭୀର କ୍ଷତ ହୋଇଛି। ରଜତ ଡୋଳବ ଗ୍ରାମର ଜଣେ ଯୁବତୀ ଙ୍କୁ ଭଲ ପାଉଥିଲେ। ତେଣୁ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ପାଟପୁର ଥାନା ରେ ଅଭିଯୋଗ କରିଛନ୍ତି। ମୃତଦେହ ଟି ଚାଷଜମି ର ହିଡ ପାର୍ଶ୍ଵ ରେ ପଡ଼ିଥିବା ବେଳେ ପ୍ରାୟ ୧୦ ଫୁଟ ଦୂରରେ ଏକ ବାଇକ ରାସ୍ତା ଉପରେ ପଡିଥିଲା। ଭୋର ରେ କିଛି ଗ୍ରାମବାସୀ ପ୍ରଥମେ ବାଇକ ଟି କୁ ଦେଖି କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରିଥିଲେ। ପରେ କିଛି ଦୂରରେ ଥିବା ଜମିରେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ।ଖବର ପାଇ ପୋଲିସ ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଙ୍କ ସହ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏନେଇ ରଜତ ଙ୍କ ସାନଭାଇ ଦୀପକ ଗୌଡ଼ ଥାନାରେ ଏତଲା ଦେବାପରେ ଥାନା ମାମଲା ନଂ.୮୮/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିଲା। ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନି କୁକୁର ସହାୟତା ରେ ତଦନ୍ତ କରାଯିବା ପରେ ଜବତ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ କୁ ପଠାଯାଇଥିଲା।ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ପାରିପାର୍ଶ୍ବିକ ସ୍ଥିତି ରୁ ଏହା ଜଣାପଡେ ଏକ ହତ୍ୟାକାଣ୍ଡ ବୋଲି ଜଣାପଡିଛି। ରଜତ ସୁରତ ରେ କାମ କରୁଥିଲେ।ରବିବାର ସେ ଗାଁ ରେ ପହଞ୍ଚିଥିଲେ। ଡୋଳବ ଗ୍ରାମରେ ରହୁଥିବା ମଉସା ନରହରି ଗୌଡ଼ ତାଙ୍କ ଘରକୁ ଆସିଥିଲେ। ସନ୍ଧ୍ୟାରେ ସେ ମଉସା ଙ୍କୁ ଛାଡ଼ିବାକୁ ବାଇକ ରେ ଡୋଳବ ଗ୍ରାମକୁ ଯାଇଥିଲେ।ସେଠାରେ ରାତ୍ରି ଭୋଜନ କରୁଥିବା ବେଳେ ତାଙ୍କ ମୋବାଇଲ ଫୋନ କୁ ତାଙ୍କ ର ଜଣେ ସାଙ୍ଗ ଫୋନ କରି ଧରମପୁର ଗାଁ ରେ ଯଜ୍ଞ ନିମନ୍ତେ ଚାଲିଥିବା ନାଚ ଦେଖିବାକୁ ଡାକିଥିଲେ।ମଉସା ମନା କରିବା ସତ୍ତ୍ୱେ ରାତି ପ୍ରାୟ ୧୦ ଟାରେ ବାଇକ ଯୋଗେ ଧରମପୁର ଅଭିମୁଖେ ଯାଇଥିଲେ।କିନ୍ତୁ ରଜତ ଙ୍କ ମୃତ୍ୟୁର କାରଣ ହତ୍ୟା ନା ଦୁର୍ଘଟଣା ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପାଟପୁର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି।