ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଂଚଳ ନୂଆଁଗଡ଼ ନେତାଜୀ କଲ୍ୟାଣ ମଣ୍ଡପ ମଧ୍ୟରୁ ଶନିବାର ପୂର୍ବାହ୍ନରେ ଜଣେ ଯୁବକଙ୍କ ଝୁଲନ୍ତା ଶବକୁ ହିଂଜିଳି ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ଜରଡ଼ା ଥାନା ବି. ଗୌଡ଼ୁଣୀ ଗ୍ରାମର ରାଜୁ ପ୍ରଧାନ (୨୧) । ସେ ହିଂଜିଳି ଅଂଚଳର ଜୈନିକ ଠିକାଦାରଙ୍କ ନିକଟରେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ଠିକାଦାରଙ୍କ ଅଭିଯୋଗ କ୍ରମେ ହିଂଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ଶବକୁ ଜବତ କରିଛି । ଏ ନେଇ କେସ୍ ନଂ-୨୪ /୧୯ରେ ଏକ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଇଛି । ଶବ ବ୍ୟବାଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ରାଜୁ, ହିଂଜିଳି ଅଂଚଳର ଠିକାଦାର ଗୌରହରି ସାମନ୍ତରାଙ୍କ ନିକଟରେ ଦୀର୍ଘ ଦିନ ଧରି ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲା । ରାଜୁଙ୍କ ସହ ଅନ୍ୟ ୩ ଜଣ ଶ୍ରମିକ ନୂଆଁଗଡ଼ ନେତାଜୀ କଲ୍ୟାଣ ମଣ୍ଡପ ଠାରେ ରହି ଆସୁଥିଲେ । ଶନିବାର ସକାଳେ କଲ୍ୟାଣ ମଣ୍ଡପ ଠାରେ ରହୁଥିବା ସମସ୍ତ ଶ୍ରମିକ ସ୍ନାନ କରିବା ସକାଶେ ନିକଟସ୍ଥ ଫୋଖରୀକୁ ଯାଇଥିଲେ । କିନ୍ତୁ ରାଜୁ କିଛି ସମୟ ପରେ ଯିବା ପାଇଁ କହି ରହି ଯାଇଥିଲେ । ଅନ୍ୟ ୩ ଶ୍ରମିକ ସ୍ନାନ ସାରି କଲ୍ୟାଣ ମଣ୍ଡପକୁ ଆସିଲା ବେଳେ ରାଜୁ ଏକ କୋଠରୀର ପଙ୍ଖାରେ ଗାମୁଛା ସାହାର୍ଯ୍ୟରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଘଟଣା ନେଇ ଶ୍ରମିକ ମାନେ ଠିକାଦାର ସାମନ୍ତରାଙ୍କୁ ଖବର ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ