ଯୁବକଙ୍କ ଦ୍ୱାରା କରୋନା ସମ୍ପର୍କିତ ଭିଡ଼ିଓ ଉନ୍ମୋଚନ

ବାଲିଗୁଡ଼ା: ସାରା ବିଶ୍ବରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଛି । ଅନ୍ୟପଟେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ସମଗ୍ର ରାଜ୍ୟ ବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ସାଲିମ‌୍ ଦିଗାଲ ନାମକ ଏକ ଯୁବକ ଭିନ୍ନ ଢ଼ଙ୍ଗରେ ସଚେତନ ହେବା ଏହି ଗୀତକୁ ଗାଇବା ସହ ସେ ନିଜେହିଁ ଏହି ଗୀତକୁ ଲେଖିଛନ୍ତି। ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଡିଜେ ରୋକୀ।  ଏହି ଗୀତକୁ ଅତ୍ୟଧିକ ଯୁବପିଢୀ ମାନଙ୍କୁ ପସନ୍ଦ ଆସିଛି। କାରଣ ରାପ୍ ମାଧ୍ୟମରେ ଯୁବକ ଜଣକ ଗୀତଟିକୁ ଗାଇ ଯୁବକ ମାନଙ୍କ ମନ ଜିଣି ପାରିଛନ୍ତି। ଗୀତଟି ୟୁଟ୍ୟୁବରେ ରିଲିଜ ହୋଇଛି ଆପଣ ମାନେ ଲିଙ୍କ୍ କୁ ଛୁଇଁ ପୁରା ଭିଡିଓ ଦେଖିପାରିବେ।ବାଲିଗୁଡ଼ା  ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଗିତ ମାଧ୍ୟମରେ ସଚେତନ କରିବାପାଇଁ ଉଦ୍ୟମ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ