ଯୁବକଙ୍କ ମୃତ ଦେହ ଉଦ୍ଧାର , ହତ୍ୟା ସଂନ୍ଦେହ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ବାତେଲିମା ପଞ୍ଚାୟତ ବୋରିଙ୍ଗପଦର ଏକ ମହୁଲ ଗଛ ତଳୁ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ପୋଲିସ ଉଦ୍ଧାର କରିିଛି । ପାରିପାଶ୍ୱିକ ପରିସ୍ଥିତି କୁ ଅନୁଧ୍ୟାନ କରି ପୋଲିସ ଟିମ ୍ ସହ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ ସନ୍ଧାନୀ କୁକୁର ସାହାର୍ଯ୍ୟ ଓ ମୃତ ଯୁବକଙ୍କ ସ୍ତ୍ରୀ ହତ୍ୟା ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।ମିଳିଥିବା ସୂଚନା ଅନୁଯାୟୀ କୃର୍ଷ୍ଣ ସାହୁ ( ୩୦ ) ସେ ପେଶାରେ ଜଣେ ଅଟୋ ଚାଳକ । ସେ ତାଙ୍କ ପରିବାର ଅଟୋ ଚଳାଇ ଭରଣ ପୋଷଣ କରୁଥିବା ବେଳେ ରବିବାର ସଂନ୍ଧ୍ୟା ସମୟରେ ନିଜର ପୁଅ ଓ ଝିଅକୁ ଧରି ରାୟଗଡା ଜିଲ୍ଲା ଶ୍ୱଶୁର ଘରକୁ ଯାଇଥିଲେ । ରବିବାର ରାତିରେ ଶ୍ୱଶୁର ଘରୁ ସେ ଫେରୁଥିଲେ କିନ୍ତୁ ସେ ଆଉ ଘରକୁ ଫେରିନଥିଲେ । ଏହାପରେପରିବାର ତରଫରୁ ଥାନାରେ ତାଙ୍କ ସ୍ତ୍ରୀ ଥାନାରେ ଏତଲା ଦେଇଥିଲେ । ନୀଳଗିରି ପଡିଆ ନିକଟରେ ଗ୍ରାମର କିଛି ଲୋକ ନିକଟସ୍ଥ ଜଙ୍ଗଲକୁ ଟୋଲ ଗୋଟାଇବାକୁ ଯାଇଥିଲେ । କିନ୍ତୁ ଯୁବକଙ୍କ ମୃତ ଦେହ ପଡିଥିବାର ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେସ ନଂ ୨୧/୨୦୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।