ଯୁବକଙ୍କ ସନ୍ଧେହ ଜନକ ମୃତ୍ୟୁ,ପରିବାର ବର୍ଗ ଙ୍କ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତଜାରୀ
କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ସହରର ୱାର୍ଡ ନଂ ୮ ର ବେହେରାସାହିର ସନ୍ତୋଷ କୁମାର ବେହେରା ଙ୍କ ପୁଅ ଅରୁଣ ବେହେରା ୨୭ ବର୍ଷ ର ମୃତ୍ୟୁ ଶରୀର ଆଜି ଚଢେଇଭଳ ନିକଟ ଚିତ୍ରପୋଷି ଗ୍ରାମରୁ ମିଳିଛି l ଅରୁଣର ମୃତ୍ୟୁ କିଭଳି ହୋଇଛି ତା ସ୍ପଷ୍ଟ ଭାବରେ ଜଣା ପଡ଼ିନଥିଲେ ମଧ୍ୟ ଏହା ଦୁର୍ଘଟଣା ଜନିତ ବୋଲି କୁହାଯାଉଛି କିନ୍ତୁ ଅରୁଣର ପରିବାର ଲୋକ ତାକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି l ଘଟଣାରୁ ପ୍ରକାଶଯେ ଅରୁଣ ବେହେରା ସୁଦୂର ବାଙ୍ଗାଲୁରୁ ଠାରେ କାଯ୍ୟ କରୁଥିଲା ଦୁଇଦିନ ତଳେ କରଞ୍ଜିଆ ନିଜ ଘରକୁ ଛୁଟି ରେ କୁ ବୁଲିବାକୁ ଆସିଥିଲା ସେ ଆଜି ଅପରାହ୍ନ ରେ ଚିତ୍ରପୋଷି ଆଡକୁ ବୁଲିବାକୁ ଯାଇଥିଲା ଓ ଅପରାହ୍ନ ୩. ୩୦ ରେ ନିଜ ଭାଇ ସହିତ ଫୋନରେ କଥା ହୋଇଥିଲା ହେଲେ ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ଅରୁଣର ମୃତ୍ୟୁ ଶରୀର ଚିତ୍ରପୋଷି ଗ୍ରାମ ନିକଟରେ ପଡିଥିବାର କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ ଓ ପୁଲିସକୁ ଖବର ଦେଇଥିଲେ , ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଅରୁଣ ବେହେରାକୁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା କୁ ଅଣାଯାଇଥିଲା ହେଲେ ସେଠାରେ ଡାକ୍ତର ଅରୁଣ କୁ ମୃତ୍ ଘୋଷଣା କରିଥିଲେ
ଏହିଘଟଣା ପ୍ରଚାରିତ ହେବା ପରେ ମୃତ ଅରୁଣ ଙ୍କ ପରିବାର ବର୍ଗ ଓ ସାଥି ଦୀର୍ଘ ସମୟ ଧରି ଡାକ୍ତରଖାନା ରେ ଭିଡ଼ ଜମାଇଥିଲେ ଓ ଅରୁଣ ର ହତ୍ୟା ହୋଇଥିବା ଅଭିଯୋଗ କରିଥିଲେ
କରଞ୍ଜିଆ ପୋଲିସ ମୃତ ଶରୀର କୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇଛି
ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଛେଦ ପରେ ମୃତ୍ୟୁ ର କାରଣ ଜଣାପଡିବ ବୋଲି ପ୍ରକାଶ କରିଛି ।