ଯୁବକବିଙ୍କୁ ସୁର୍ଯେ୍ୟାଦୟ ଯୁବ ପ୍ରତିଭା ସମ୍ମାନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ବରୁଣେଶ୍ୱର କ୍ଷେତ୍ରର ଯୁବକବି ଜନ୍ମଜୟ ନାୟକଙ୍କୁ ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ଆନ୍ତର୍ଜାତିକ ସୂର୍ଯେ୍ୟାଦୟ ଶାନ୍ତି ସୌମିତ୍ରୀ ସମ୍ମିଳନୀରେ ସମ୍ମାନୀତ କରାଯାଇଛି । ସୂର୍ଯେ୍ୟାଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନ୍ମଜୟଙ୍କୁ ଯୁବ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଛି । ଯୋଗଦେଇଥିବା ଅତିଥିମାନେ ତାଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ଏହି ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ଜନ୍ମଜୟ ପେଶାରେ ଜଣେ ଗଣିତ ଶିକ୍ଷକ ଭାବେ ଗୋପୀନାଥଜୀଉ ସରକାରୀ ବିଦ୍ୟାଳୟରେ ଅଧ୍ୟାପନାରତ ଥିଲେବି ଗଳ୍ପ, କବିତା ରଚନା, ତାଙ୍କୁ ଏକ ନୁତନ ପରିଚୟ ପ୍ରଦାନ କରିଛି । ବିଭିନ୍ନ ସମ୍ବାଦପତ୍ର ଓ ପତ୍ର ପତ୍ରିକାରେ ତାଙ୍କ ଗପ, କବିତା, ଆଦି ପ୍ରକାଶିତ ହେବାସହ ତାଙ୍କୁ ସାହିତ୍ୟ ଜଗତରେ ପଅତିଷ୍ଠିତ କରିପାରିଛି । ଏଥିପାଇଁ ଅନେକ ସାହିତ୍ୟାନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧିତ ମଧ୍ୟ ହୋଇଛନ୍ତି । ଏଥିପାଇଁ ଅନେକ ସାହିତି୍ୟକ, କବି ଓ ଅନୁଷ୍ଠାନ ମାନଙ୍କ ପକ୍ଷରୁ କବି ଜନ୍ମଜୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ମିଳୁଛି ।