ଯୁବକର ଗଳିତ ଶବ ଉଦ୍ଧାର

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭରଣ୍ଡିଆ ଗାଁ ନିକଟସ୍ଥ ଏକ ବିଲରେ ଜନୈକ ଯୁବକର ମୃତଦେହ ପଡିଥିବା ଗାଁଲୋକେ ଗୁରୁବାର ଦିନ ସକାଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାକୁ ଖବର ଦେଇଥିବା ଅଭିଯୋଗ ହୋଇଥିଲା ।ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗର ରାଇରଙ୍ଗପୁର ପୌରାଞ୍ଚଳର ମଧୁବନ ଓ୍ବାର୍ଡର – ପ୍ରତାପ ବୈଇଠା – (୩୦) ସ୍ତ୍ରୀ – ମାଳତୀ ବୈଇଠା ଦୁଇଟି ଛୁଆ – ୨ ପୁଅ, ମୃତକ ପ୍ରତାପ ବୈଇଠା ଗତ ରବିବାର ଦିନ ରାତିରେ ଖାଇ ସାରି ଘରୁ କୁଆଡେ ଚାଲିଯାଇଥିଲା । କିନ୍ତୁ ଘର ଲୋକ ବହୁତ ଖୋଜାଖୋଜି ପରେ ଆଜି ଗୁରୁବାର ଦିନ ଭରଣ୍ଡିଆ ମୟୂରମେଟାଲ ନିକଟରେ ଥିବା ରାସ୍ତା କଡ ବିଲ ମଝିରେ ଏକ ଗଡିଆ ପାଖରେ ପାଇଥିଲା । ଏହା ଉକ୍ତ ଗାଁ ର ଲୋକେ ଶୌଚ କରିବାକୁ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ ।ସଙ୍ଗେ ସଙ୍ଗେ ଥାନାକୁ ଖଵର ଦେଇଥିଲେ । ଖୋଜିବା ବେଳେ ମୃତକର ସ୍ତ୍ରୀକୁ ଗାଁ ଲୋକେ ଖବର ଦେଇଥିଲେ । । ସ୍ତ୍ରୀ ଯାଇ ଦେଖିବାରୁ ଚିହ୍ନଟ କରିଥିଲା । ପୋଲିସ ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇଛି । ପୋଲିସ ୧୫୵୨୧ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ