ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :ତାରସିଂ ଥାନା ଅଧୀନ ଗେରେଡା ଗ୍ରାମର ତୋଳିଆ ପଥର ପାହାଡ଼ ନିକଟରୁ ଜଣେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣଙ୍କ ହେଲେ ହାଡୁ ଗୌଡ଼ ଙ୍କ ପୁଅ ଚିନୁ ଗୌଡ଼ (୨୨) । ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ ଙ୍କ ସୂଚନା ପ୍ରକାରେ, ଚିନୁ ଗତ ଶୁକ୍ରବାର ଠାରୁ ନିଖୋଜ ରହିଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ଚିନୁର କୌଣସି ସନ୍ଧାନ ପାଇଁ ନଥିଲେ । ରବିବାର ଅପରାହ୍ନ ସମୟରେ ଗ୍ରାମ ନିକଟସ୍ଥ ତୋଳିଆ ପଥର ପାହାଡ଼ ନିକଟରୁ ଚିନୁର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଏ ନେଇ ବାପା ହାଡୁ ଗୌଡ଼ ଙ୍କ ସୂଚନା ପ୍ରକାରେ ପୋଲିସ ୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲ ପଠାଇଥିବା ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ