ଯୁବକର ମୃତଦେହକୁ ବିଶୋଇ ଦମକଳ ବାହିନୀ ଦ୍ବାରା ଉଦ୍ଧାର
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଖେଜୁରି କଟାଶ ଗ୍ରାମର ଜନୈକ ଯୁବକର ମୃତଦେହକୁ କାଦୁଆଣି ଜାତୀୟ ରାଜପଥ ନାଳପାଖରୁ ଭାଷମାନ ଅବସ୍ଥାରେ ବିଶୋଇ ଦମକଳବାହିନୀ ଅଧିକାରୀ ବସନ୍ତ ମଲ୍ଲିକଙ୍କ ନେତୃତ୍ବରେ ଉଦ୍ଧାର କରାଯାଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି ।ଯୁବକର ନାମ ହିତାଇ ନାଏକ(୨୫) ପିତା ଗମିଆ ନାଏକ ।ମଙ୍ଗଳବାର ଅପରାହ୍ନରେ ଘର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ ।ତାପରେ ଆଉ କଥା ହୋଇନଥିଲେ ।ସକାଳେ ଗାଁ ଲୋକ ଭାଷୁଥିବା ଶବକୁ ଦେଖି ବିଶୋଇ ଥାନାକୁ ଖବର ଦେଇଥିଲେ । ବିଶୋଇ ଦମକଳ ବାହନୀ ଘଟଣାସ୍ଥଳରେ ପହଞ୍ଚି ମୃତକୁ ଉଦ୍ଧାର କରିବା ସହ ଖାଲରୁ ମୋବାଇଲଟିକୁ ମଧ୍ୟ ପାଇଥିଲା । ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନଂ ୨୬/୨୧ ରୁଜୁ କରିଛି ।ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶଵ ଵ୍ୟବଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।


