ଯୁବକର ମୃତଦେହ ଜବତ, ହତ୍ୟା ସନ୍ଦେହ

ଜଟଣୀ (ଜୁଗାବ୍ଦ ନ୍ୟୁଜ୍‍): ଜଟଣୀ ଥାନା ଅନ୍ତର୍ଗତ ବଡତୋଟା ଗ୍ରାମ ନିକଟ ଖୋର୍ଦ୍ଧା ମୁଖ୍ୟ ରାସ୍ତାର ପୁଲିସ୍ ଆଉଟପୋଷ୍ଟ ସମ୍ମୁଖରେ ଥିବା ସିଦ୍ଧାର୍ଥ ଭିଲେଜ୍ ନାମକ ଏକ ଏନ୍ଜିଓ ସଂସ୍ଥା ଗୃହର ତୃତୀୟ ମହଲାର ଶୌଚାଳୟ ଝରକା ଲୁହାରଡରେ ଜଣେ ଅଚିହ୍ନା ଯୁବକର ମୃତ ଦେହ ରଶିରେ ଝୁଲୁଥିବା ସ୍ଥାନିୟ ବାସିନ୍ଦା ଦେଖି ସିଦ୍ଧାର୍ଥ ଭିଲେଜ୍ କାର୍ଯ୍ୟାଳୟରେ ଜଣାଇଥିଲେ । ଏନେଇ ଅନୁଷ୍ଠାନର ଡେପୁଟି ଡାଇରେକ୍ଟର୍ ଦମୟନ୍ତୀ ସାହୁ ଜଟଣୀ ଥାନାରେ ଅଭିଯୋଗ କରିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ଯୁବକଟି ଏକ ପ୍ଲାଷ୍ଟିକ ରଶିରେ ଲୁହାରଡରେ ବାନ୍ଧି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ତେବେ ବେକରେ ରଶି ଲଗାଇ ଆତ୍ମହତ୍ୟା ହୋଇଥିବା ବେଳେ ଦୁଇ ଗୋଡରେ ରକ୍ତ ଲାଗିବା ଘଟଣାକୁ ନେଇ କେହି ହତ୍ୟାକରି ଏଠାରେ ଝୁଲାଇଥିବା ଗ୍ରାମବାସୀ ସନ୍ଦେହ ପ୍ରକଟ କରିଛନ୍ତି । ତେବେ ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ଯୁବକର ବୟସ ୨୨ ରୁ ୨୫ ବର୍ଷ ମଧ୍ୟରେ ହେବ । ଶ୍ରମିକ ଶ୍ରେଣୀୟ ଯୁବକ ବୋଲି ଅନୁମାନ କରାଯାଉ ଥିବା ପୁଲିସ୍ ସୂଚନା ଦେଇଛି । ବ୍ୟବଚ୍ଛେଦ ରିପୋର୍ଟ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ତଦନ୍ତଧିକାରୀ ଅଫିସର୍ ବି ବିଧାର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ