ଯୁବକ କୁ ପଡିଲା ମହଙ୍ଗା

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ଭାଉଜ ସହିତ ଚୋରା ପୀରତି ଯୁବକ କୁ ପଡିଲା ମହଙ୍ଗା । ଦୂର ସମ୍ପର୍କୀୟ ଭାଉଜଙ୍କୁ ପ୍ରେମ କରିବାକୁ ଯାଇ ନିସ୍ତୁକ ଛେଚା ଖାଇବା ସହ ରାତିସାରା ଘର ଖମ୍ବରେ ବନ୍ଧା ହେଲେ ବିବାହିତ ଯୁବକ । ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ କରଞ୍ଜିଆ ବ୍ଲକ ଅନ୍ତର୍ଗତ ଘୋଷାଦା ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ଘୋଷାଦା ଗାଁର ବିବାହିତ ଯୁବକ ସୁବ୍ରତ ବାରିକ ସେହି ଗାଁର ଜଣେ ଦୂର ସମ୍ପର୍କୀୟ ଭାଉଜଙ୍କୁ ପ୍ରେମ କରିବାକୁ ଯାଇ ତାଙ୍କ ଘରେ ପଶିଥିବା ବେଳେ ଭାଉଜଙ୍କ ପରିବାର ତାଙ୍କୁ କାବୁ କରିଥିଲେ । ଯୁବକକୁ କାବୁକରି ନିସ୍ତୁକ ଉତ୍ତମ ମଧ୍ୟମ ଦେଲାପରେ ରାତିସାରା ଘର ର ଖମ୍ବରେ ବାନ୍ଧି ରଖିଥିଲେ । ଆଜି ସକାଳେ କରଞ୍ଜିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ସମ୍ପୃକ୍ତ ଯୁବକକୁ ଖମ୍ବ ରେ ବନ୍ଧାଥିବା ଅବସ୍ଥାରେ ଉଦ୍ଧାର କରିବା ସହ ଥାନାକୁ ଆଣି ଅଧିକ ପଚରାଉଚରା ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ