ଯୁବକ କୁ ମରଣାନ୍ତକ ଆକ୍ରମଣ କରି ଯୁବକ ଗିରଫ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ତମ୍ପାଳୋ ପଞ୍ଚାୟତ ଚଢ଼େଇ ଗାଁ ଗ୍ରାମରେ ଜଣେ ଯୁବକ କୁ ସେହି ଗ୍ରାମର ଜଣେ ଯୁବକ ଏକ ଲୁହା ରଡ୍ ରେ ମରଣାନ୍ତକ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇ ଚାରିଛକ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ।ଖବର ପାଇ ଚାରିଛକ ଫାଣ୍ଡି ଅଧିକାରୀ ଶିଶିର ମହାନ୍ତି ଘଟଣାରେ ସଂଶ୍ଲିଷ୍ଟ ଯୁବକ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଏ ସମ୍ପର୍କରେ ନିମାପଡ଼ା ଥାନାରେ ୨୮୮/୨୨ ଦଫା ୩୪୧,୩୨୩,୩୨୫,୫୦୬ ଦଫାରେ ଏକ ମୋକଦ୍ଧମା ରୁଜୁ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଚଢ଼େଇ ଗାଁ ତ୍ରିନାଥ ମଣ୍ଡପ ଠାରେ ରବୀନ୍ଦ୍ର ପାତ୍ର ଙ୍କ ସମେତ କେତେକ ଗ୍ରାମବାସୀ ବସି ବିଲକୁ ପାଣି ମଡ଼ାଇବା ସମ୍ପର୍କରେ ଆଲୋଚନା କରୁଥିବା ବେଳେ ଉକ୍ତ ଗ୍ରାମର କୃଷ୍ଣ ଚନ୍ଦ୍ର ରାଉଳ ସେଠାରେ ପହଞ୍ଚି ରବୀନ୍ଦ୍ର କୁ ଅଶ୍ଳୀଳ ଭାଷାରେ ଗଲି ଗୁଲଜ କରିବା ସହିତ ଏକ ଲୁହାରଡ୍ ରେ ତାଙ୍କ ମୁଣ୍ଡ କୁ ଶକ୍ତପ୍ରହାର ଦେବାରୁ ରବୀନ୍ଦ୍ର ଙ୍କ ମୁଣ୍ଡ ଫାଟିଯାଇ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗ୍ରାମବାସୀ ମାନେ ଚିକିତ୍ସା ପାଇଁ ଚାରିଛକ ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ବ୍ୟବହୃତ ରଡ୍ କୁ ଜବତ କରିଥିବା ବେଳେ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।ଚାରିଛକ ଫାଣ୍ଡି ଅଧିକାରୀ ଶିଶିର ମହାନ୍ତି ବିଭିନ୍ନ ସ୍ଥାନ ରେ ଚଢାଉ କରି ଆଜି ଅଭିଯୁକ୍ତ ଯୁବକ କୃଷ୍ଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।