ଯୁବକ ନିଖୋଜ ; ଥାନାରେ ଏତଲା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମର କୃଷ୍ଣଚନ୍ଦ୍ର ବେହେରା  ନାମକ  ଜଣେ ବିବାହିତ ଯୁବକ ଗତ ମଙ୍ଗଳବାର ଠାରୁ ଘରୁ ନିଖୋଜ ଥିବା ଜଣାପଡିଛି।ସେ ଜଣେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଯିବା ପୂର୍ବରୁ ସ୍ତ୍ରୀ କିମ୍ବା ମା’ଙ୍କୁ ଜଣାଇ ନଥିବାରୁ ପରିବାର ଲୋକେ ବିଭିନ୍ନ ଅଞ୍ଚଳକୁ ଯାଇ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ନମିଳିବାରୁ ତାଙ୍କ ନିଖୋଜ ସମ୍ପର୍କରେ  କେ. ନୂଆଗାଁ ଥାନାରେ ଏତଲା ଦିଆଯାଇଛି।ତାଙ୍କର ମୋବାଇଲ ଫୋନ ସୁଇଚ ଅଫ ରହିଥିବାରୁ ପରିବାର ବର୍ଗ ନାନା ଆଶଙ୍କାରେ ରହିଥିବା ପରିଲକ୍ଷିତ ହୋଇଛି। ସେହିପରି  ମହାରାଷ୍ଟ୍ର ର ଧୂମାଲ ନଗରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ଓଡ଼ିଆ ଯୁବକ ଗତ ୬ ଦିନ ଧରି ନିଖୋଜ ରହିଥିବା ଜଣାପଡିଛି।ତାଙ୍କ ନାମ ମାଧବ ସେଠୀ  ଏବଂ ଘର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଫାସିଗୁଡା ଗ୍ରାମରେ।ପୂର୍ବରୁ ତାଙ୍କ ଭାଇ ସେଠାରେ ରହୁଥିବା ବେଳେ ମାଧବ ମାତ୍ର କିଛି ଦିନ ତଳେ ଭାଇଙ୍କ କମ୍ପାନୀ ନିକଟ ସାଗର ଇଣ୍ଡଷ୍ଟ୍ରି ନାମକ ଅନ୍ୟ ଏକ କମ୍ପାନୀରେ କାମ କରୁଥିଲେ। ତେବେ ଗତ ରବିବାର  ସେ ଭାଇଙ୍କ କମ୍ପାନୀକୁ ଯାଉଥିବା ବେଳେ ଅଚାନକ ନିଖୋଜ ହୋଇଯାଇଥିବା କୁହାଯାଇଛି।ଏ ସମ୍ପର୍କରେ ନିକଟସ୍ଥ ପୋଲିସ ଥାନାରେ ଏତଲା ମଧ୍ୟ ଦିଆଯାଇଛି।ମାଧବଙ୍କ ସମ୍ପର୍କରେ କୌଣସି ଖୋଜଖବର ନପାଇ ପରିବାର ବର୍ଗ ବ୍ଯସ୍ତବିବ୍ରତ ହୋଇପଡିବା ସହ ଆଶା ଆଶଙ୍କା ମଧ୍ୟରେ ରହିଥିବା ଦେଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ