ଯୁବଛାତ୍ର ସଂଗଠନର  ସପ୍ତମ  ପ୍ରତିଷ୍ଠା ଦିବସ ପାଳନ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍):କ୍ରାନ୍ତି ଯୁବଛାତ୍ର ସଂଗଠନ ର ସକାଳ ସାତ ଘଣ୍ଟା ସମୟରେ ଛତ୍ରପୁର ଷ୍ଟେସନରୋଡ ରାମ ମନ୍ଦିର ନିକଟସ୍ଥ ସଂଗଠନ କାର୍ଯ୍ୟଳୟରେ ସପ୍ତମତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏହି ଉତ୍ସବରେ ସଂଗଠନର ସଭାପତି କ୍ରାନ୍ତି ପତାକା ଉତ୍ତୋଳନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚାଷୀ ନେତା ସୀମାଞ୍ଚଳ ନାହାକ ଯୋଗଦେଇ ସଂଗଠନର କ୍ରାନ୍ତି ପ୍ରତିକ ମସାଲ ପ୍ରଜ୍ଜ୍ୱଳନ କରି ସମସ୍ତ ସଦସ୍ୟ ଭଗତ ସିଂ ଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ କରି ବିଭିନ୍ନ ନାରା ଦେଇ ଜିନ୍ଦାବାଦ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାହାକ ତାଙ୍କ ବକ୍ତବ୍ୟରେ ବର୍ତ୍ତମାନ ସମାଜରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅସାମାଜିକ ତତ୍ତ୍ଵ ସଂପ୍ରଦାୟିକ ଶକ୍ତିର ବୃଦ୍ଧି ଯୁବ ସମାଜ ମଦ ମାଦକ ଦ୍ରବ୍ୟରେ ଚୁରମାର ହୋଇ ପଥ ଭ୍ରଷ୍ଟ ହୋଇଥିବା ବେଳେ ସଂଗଠନ ଧାରାବାହିକ ଭାବରେ ବିଭିନ୍ନ ସାମାଜିକ ସଂସ୍କୃତିକ ସଂସ୍କାର ପାଇଁ ସାଧାରଣ ଯୁବକ ଛାତ୍ର ଚାଷୀ ଶ୍ରମିକ ମାନଙ୍କ ପାଇଁ ଲଢେଇ ଜାରି ରଖିବା ଅତି ଗୈାରବର କଥା ଦେଶର ଯେଉଁ ଲଢେଇ ଯେଉଁ ଆନ୍ଦୋଳନ ଆଗକୁ ଯାଇଛି ସେହି ସବୁ ସଂଘର୍ଷ ଯୁବକ ଛାତ୍ର ମାନଙ୍କ ଠାରୁ ହିଁ ଆରମ୍ଭ ହୋଇଛି ଏବଂ ସେମାନେ ହଁ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ସଂଘ ସଭାପତି ଇଜୁ ଆମିନ୍ ଖାନ୍ ତାଙ୍କ ବକ୍ତବ୍ୟରେ ଆଗାମୀ ଦିନରେ ଛତ୍ରପୁର ବ୍ଲକରେ କିଡନୀ ରୋଗ ଯୋଗୁଁ ବିଷାକ୍ତ ମୋନାଜାଇଟରେ ମରୁଥିବା ଲୋକଙ୍କୁ ନ୍ୟାୟ ପାଇଁ ସଂଗ୍ରାମ କରିବା ସହ ଏଅଞ୍ଚଳରେ ଗଢିଉଠିଥିବା କଳକାରଖାନା ଓ ଗୋପାଳପୁର ବନ୍ଦରରେ ସ୍ଥାନୀୟ ଶିକ୍ଷିତ ବେରୋଜଗାର ଯୁବକଙ୍କ ନିଯୁକ୍ତିକୁ ନେଇ ଲଢେଇକୁ ଓହ୍ଲାଇବ ବୋଲି ମତ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମ ସରିବାପରେ ଛତ୍ରପୁରର ସ୍ଥାନୀୟ ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ସଂଗଠନର ସମସ୍ତ ସଦସ୍ୟ ପହଞ୍ଚି ସେଠାରେ ରୋଗିମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏଥିରେ ଛାତ୍ରନେତା ମହେଶ ଗୈଡ, ଅଭିଷେକ ପଟ୍ଟନାୟକ, ଚିଦାନନ୍ଦ ପ୍ରଧାନ, ରାକେଶ ଆଚାର୍ଯ୍ୟ, ଶିବପ୍ରସାଦ ବେହେରା, ଟି ସୁନିଲ, ବିଭେକ , ପ୍ରଦିପ ନାହାକ, ଅମିତ୍ ପୋଲେଇ, ଲମ୍ବଧର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ