ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ଭାବି ସ୍ୱାମୀଙ୍କ ୩ ବନ୍ଧୁ

ଲକ୍ଷ୍ନୌ,( ମନୋଜ କୁମାର ସାହୁ ): ହଜିଗଲାଣୀ ମଣିଷ ପଣିଆ । କାହାକୁ ବିଶ୍ୱାସ କରିବାକୁ ଡର ଲାଗୁଛି । ଯାହାକୁ ବିଶ୍ୱାସ କରାଯାଉଛି ସେ ବିଶ୍ୱାସରେ ବିଷ ଦେଉଛି ତ ଆଉ କେତେ ବେଳେ କଷ୍ଟ ଦେଉଛି । କେତେ ବେଳେ ଅର୍ଥ ଲୋଭ ରେ ଅନ୍ଧ ହୋଇ ସଂମ୍ପର୍କକୁ ଭୁଲି ଯାଉଛି ତ ଆଉ କେତେ ବେଳେ କାମନା ବାସନା ମେଣ୍ଟାଇବାକୁ ସଂମ୍ପୂର୍ଣ୍ଣ ପାଲଟି ଯାଉଛି ଅମଣିଷ । ଗୋଟିଏ ପଶୁ କୁ ଖାଇବା ପିଇବା ଦେଇ ପାଳିପୋଶି ବଡ କରିଥିଲେ ,ମାଲିକଙ୍କୁ ଅସୁବିଧା ସମୟରେ ନିଜର ଜୀବନ ଦେବାକୁ ପଛାଏ ନାହିଁ ପଶୁ ଟିଏ ।କିନ୍ତୁ ପୃଥିବୀ ର ସବୁଠାରୁ ଶ୍ରେଷ୍ଠ ଜୀବ କୁହାଯାଉଥିବା ମଣିଷଟିଏ ବେଳେ ବେଳେ ପାଲଟି ଯାଉଛି କ୍ଷଣିକ ଖୁସି ପାଇଁ ଅମଣିଷ । କେତେ ବେଳେ ସଂମ୍ପତ୍ତି ଲୋଭରେ ନିଜର ମା କୁ ଅଲୋଡା କରିଛି ତ ଆଉ କେତେ ବେଳେ କାମନା ବାସନା ମେଣ୍ଟାଇବା ପାଇଁ ନିଜର ସମ୍ପର୍କକୁ ଭୁଲି ଘୁର୍ଣ୍ଣ୍ୟ କାମ କରିବାକୁ ପଛାଇନାହିଁ । ଅଧୁନା ସମାଜରେ ମଣିଷ କଣ ପଶୁ ଠାରୁ ମଧ୍ୟ ଏତେ ନିଚ ହୋଇପାରେ? କଥାଟି ଭାବି ଅଙ୍ଗେ ନିଭାଇଥିବା ମଣିଷଟିର ଆଖିରୁ ଲୋତକ ଆପେ ଆପେ ବୋହି ପଡିବା ସୁନିଶ୍ଚିତ । ଉତ୍ତର ପ୍ରଦେଶରେ ଜଣେ ମହିଳାଙ୍କ ସହ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ଲୋମ ଟାଙ୍କୁରୀ ଉଠିବ । ମନରେ ପ୍ରଶ୍ନ ଉଙ୍କି ମାରିବ କଣ କାହାକୁ ବିଶ୍ୱାସ କରିବା ବଡ ଭୁଲ କି । ଜଣେ ଯୁବତୀଙ୍କୁ ତାଙ୍କ ଭାବିସ୍ୱାମୀଙ୍କ ବନ୍ଧୁମାନେ ଗଣଦୁଷ୍କର୍ମ କରିଛନ୍ତି। ମିଳିଥିବା ସୂଚନାନୁସାରେ ଯୁବତୀ ଜଣକ ଟ୍ରେନ ସିଟ୍‌ରେ ବସିଥିବା ବେଳେ କିଛି ଅସାଧୁ ବ୍ୟକ୍ତି କଳି କରିଥିବାରୁ ଯୁବତୀ ଜଣକ ଫୋନ ଯୋଗେ ତାଙ୍କର ଭାବି ସ୍ୱାମୀଙ୍କୁ ଜଣାଇଥିଲେ । ବିବାଦ ପରେ ଭାବି ସ୍ୱାମୀ ଜଣକ ତାଙ୍କର ତିନି ବନ୍ଧୁଙ୍କୁ ଟ୍ରେନରୁ ମହିଳାଙ୍କୁ ରକ୍ଷା କରିବାକୁ ପଠାଇଥିଲେ । କିନ୍ତୁ ତିନି ବନ୍ଧୁ ତାଙ୍କୁ ରକ୍ଷା କରିବାର ବାହାନାରେ ଯାଇ ଯୁବତୀ ଜଣଙ୍କୁ ତିନି ବନ୍ଧୁ ମୋଟର ସାଇକେଲ ଯୋଗେ ଆଣିଥିବା ବେଳେ ମିଶି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଏହି ଘଟଣାରେ ଜଣଙ୍କୁ ଗିରଫ କରିବା ସହ ଏହି ଘଟଣାର ବୁଲନ୍ଦସହରର ଏଏସପି ସନ୍ତୋଶ କୁମାର ସିଂ ଘଟଣାର ଯାଞ୍ଚ କରିବା ସହ ଦୋଷୀଙ୍କ ବିରୋଧରେ କଡା କାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସତରେ କୁହାଯାଏ ବିଶ୍ୱାସରେ ଭଗବାନ ଦର୍ଶନ ଦିଅନ୍ତି । କିନ୍ତୁ ଏଭଳି ଘଟଣା ପରେ ଅଙ୍ଗେ ନିଭାଇଥିବା ମଣିଷଟିଏ ତାହାର ସାମ୍ନାରେ ଘଟିଥିବା ପରଦା ପଛର ଖଳନାୟକଙ୍କୁ କେବେ ବିଶ୍ୱାସ କରିବା ତ ଦୁରର କଥା ସେ ଅନ୍ୟ କାହାକୁ ବିଶ୍ୱାସୀ ମଣିଷଟିଏ ଦେଖିଲେ ଅନ୍ୟ କୁ ମଧ୍ୟ ଅବିଶ୍ୱାସ କରିବା ସୁନିଶ୍ଚିତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ