ଯୁବତୀଙ୍କୁ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ

ହାଟଡିହି, (ବିକାଶ ବିଶ୍ୱାଳ ) :-ଟଙ୍କା ଉଠାଇବା ପାଇଁ ଜଣେ ଯୁବତୀକୁ ବ୍ୟାଙ୍କକୁ ନେଇ ଫେରରିବା ବାଟରେ ଯୁବତୀକୁ ଦୁଷ୍କର୍ମ କରିଥିବା ନନ୍ଦିପଦା ଥାନାରେ ଅଭିଯୋଗ ହେବାପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବରରୁ ଜଣାଯାଇଛି ଯେ ହାଟଡିହି ବ୍ଲକ ଓରାଳି ଗ୍ରାମର ଜଣେ ଯୁବତୀ ଗତକାଲି ଆନନ୍ଦପୁର ଷ୍ଟେଟବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ନିଜ ବାପାଙ୍କ ସହିତ ଯାଉଥିଲା । କିନ୍ତୁ ସେହି ଗାଁର ରାମଚନ୍ଦ୍ର ମଲ୍ଲିକଙ୍କ ପୁଅ ପ୍ରସନ୍ନ ମଲ୍ଲିକ ଆନନ୍ଦପୁର ଯାଉଥିବାରୁ ଜାଣିବାପରେ ଯୁବତୀର ବାପା ଯୁବତୀ ଜଣକୁ ପ୍ରସନ୍ନ ସହିତ ଟଙ୍କା ଉଠାଇବା ପାଇଁ ପଠାଇ ଦେଇଥିଲେ । ମାତ୍ର ଯୁବତୀ ଜଗଣକ ଫେରିବାରେ ବହୁ ବିଳମ୍ବ ହେବାରୁ ସେମାନେ ଝିଅକୁ ଖୋଜୋଖେଜି କରି ପ୍ରସନ୍ନକୁ ପଚରା ଉଚୁରା କରିଥିଲେ । ତାଙ୍କ ଝିଅ ଓରାଳି କ୍ଷେତୁଆଳି ରାସ୍ତାର ଏକ ନିକାଞ୍ଚନ ସ୍ଥାନରେ ପଡିଥିବା ଖବର ପାଇବାପରେ ପରିବାର ଲୋକେ ଝିଅ ପାଖକୁ ଯାଇ ଝିଅ ସଜ୍ଞାହୀନ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ଝିଅର ଚେତା ଫେରିବାପରେ ତାକୁ ପ୍ରସନ୍ନ ଦୁଷ୍କର୍ମକରି ପକାଇ ଦେଇଯାଇଥିବା କହିବାପରେ ପରିବାର ଲୋକେ ଝିଅକୁନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ପୁଲିସ ଥାନା କେସନଂ-୨୮/୨୦୨୨ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ପିଡିତା ଯୁବତୀକୁ ଡାକ୍ତରୀ ମାଇନା କରିବା ସହିତ ଅଭିଯୁକ୍ତ ପ୍ରସନ୍ନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ