ଯୁବତୀଙ୍କୁ ର୍ଦୁବ୍ୟବହାର ଅଭିଯୋଗ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ଖରିଡ଼ା ଗ୍ରାମର ଜଣେ ଯୁବତୀଙ୍କୁ ସେହି ଗ୍ରାମର ଜଣେ ଯୁବକ ଏକୁଟିଆ ପାଇ ର୍ଦୁବ୍ୟବହାର କରିବା ସହ ଧକମ ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଖରିଡ଼ା ଗ୍ରାମର ଜଣେ ଯୁବତୀ ବୁଧବାର ରାତିରେ ଘରୁ ସାହି ନିକଟରେ ରହୁଥିବା ଜେଜେ ମା’ ଘରକୁ ଚାଲି ଚାଲି ଯାଉଥିବା ବେଳେ ଯୁବତୀଙ୍କୁ ଏକୁଟିଆ ପାଇ ସେହି ଗ୍ରାମର କାଳିଆ ସ୍ୱାଇଁ ଯୁବତୀଙ୍କୁ ର୍ଦୁବ୍ୟବହାର କରିବା ସହ ଧମକ ଦେଇଥିଲା । ଯୁବତୀ ଜଣକ ପ୍ରତିବାଦ କରିବା ସହ ପାଟି କରିଥିଲେ । ଯୁବତୀଙ୍କ ଚିତ୍କାର ଶୁଣି ଗ୍ରାମର କିଛି ଲୋକ ଘଟଣା ସ୍ଥଳକୁ ଆସିବାରୁ ଯୁବକ ଜଣକ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲା । ଏ ନେଇ ଯୁବତୀ ଗୁରୁବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତିରେ ଥାନାରେ ନଂ-୨୭୬/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।


