ଯୁବତୀଙ୍କ ଅଶ୍ଳିଳ ଫଟୋ ଭାଇରାଲ ନେଇ ଥାନାରେ ଅଭିଯୋଗ

ହାଟଡ଼ିହି,( ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ସରଳ ଗ୍ରାମର ଜଣେ ଯୁବତୀଙ୍କ ଫଟୋକୁ ଅଶ୍ଳିଳ ଭାବେ ଚିତ୍ରଣ କରି ଭାଇରାଲ କରିବା ନେଇ ଯୁବତୀଙ୍କ ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ମତାବାଜ ଗ୍ରାମର ଜଣେ ଯୁବକ ଡଅଁର ପଞ୍ଚାୟତର ସରଳ ଗ୍ରାମରେ ଥିବା ତାର ସମ୍ପର୍କୀୟଙ୍କ ଘରକୁ ଯିବା ଆସିବା କରେ । ଉକ୍ତ ଯୁବକ ଜଣକ ସେହି ଗ୍ରାମର ଜଣେ ଯୁବତୀଙ୍କ ଫଟୋକୁ କୌଶଳକ୍ରମେ ନେଇଯାଇ ସେଗୁଡିକୁ ଏଡିଟିଂ କରି ଅଶ୍ଳିଳ ଫଟୋ ପ୍ରସ୍ତୁତ କରି ମୋବାଇଲରେ ଭାଇରାଲ କରିଥିଲା । ଏ ସମ୍ପର୍କରେ ଯୁବତୀଙ୍କ ପରିବାର ଲୋକେ ଜାଣିବାପରେ ଯୁବକର ଘରକୁ ଯାଇ ପଚାରିବାରୁ ସେ ଓଲଟା ଧମକ ଦେଇଥିଲା । ଫଳରେ ବାଧ୍ୟହୋଇ ଯୁବତୀ ଜଣକ ଆଜି ନନ୍ଦିପଦା ଥାନାକୁ ଆସି ଲିଖିତ ଭାବେ ଅଭିଯୋଗ କରିବାପରେ ଆନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ବିଦ୍ୟୁତ ଚନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ନନ୍ଦିପଦା ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଧରିବାପାଇଁ ଉଦ୍ୟମ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ