ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ ସହର ମଧ୍ୟରେ ଥିବା ମାଲ ସାହି ରେ ଗୋଟିଏ ଭଡା ଘରେ ଜଣେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ କୁ ଭଞ୍ଜନଗର ପୋଲିସ ଉଦ୍ଧାର କରିଛି।ସୂଚନା ମୁତାବକ ମୃତ ଯୁବତୀର ଭାଇ ଆଜି ଭଞ୍ଜନଗର ପୋଲିସ କୁ ତାଙ୍କ ଭଉଣୀ ଚୁନି ରେ ଝୁଲି ପଡ଼ିଛନ୍ତି ବୋଲି ଖବର ଦେଇଥିଲେ।ମୃତ ଯୁବତୀ ଓ ଅନ୍ୟ ତିନି ଜଣ ସହ ପାଠୀଙ୍କ ସହ ମାଲ ସାହି ରେ ଗୋଟେ ଭଡା ଘରେ ରହି ଆସୁଥିଲେ ଏବଂ ସେମାନେ ସମସ୍ତେ ଭଞ୍ଜନଗର ସିଟି ଟ୍ରେନିଂ ସ୍କୁଲ ର ଛାତ୍ରୀ ଥିଲେ।କୌଣସି କାରଣ ବଶତଃ ଛାତ୍ରୀ ଜଣକ ନିଜ ପୋଷାକ ଚୁନି ରେ ଝୁଲି ପଡ଼ିଥିଲେ।ସୂଚନାଯୋଗ୍ୟ ଯେ ମୃତ ଛାତ୍ରୀ ଜଣକ ସୋରଡା କେଶରା ଗ୍ରାମର ।ଖବର ପାଇବା ପରେ ଭଞ୍ଜନଗର ଏସ ଡି ପି ଓ ଏବଂ ଭଞ୍ଜନଗର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଇଥିଲେ ।ଭଞ୍ଜନଗର ଏସ ଡି ପି ଓ ଏହା କିପରି କେଉଁ ପରିସ୍ଥିତିରେ ଘଟିଲା ତଦନ୍ତ ପରେ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି।ଆଜିର ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଂଚଳ ଓ ଶିକ୍ଷା ଅନୁଷ୍ଠାନରେ ଶୋକର ଛାୟା ଖେଳି ଯାଇଛି।