ଯୁବତୀ ଅପହରଣ ଉଦ୍ୟମ ଫସର ଫାଟିଲା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଞ୍ଚଳରୁ ଜଣେ ଯୁବତୀକୁ ଅପହରଣ କରିବା ଉଦ୍ୟମ ଫସର ଫାଟି ଯାଇଛି । ଯୁବତୀ ଅପହରଣ ପାଇଁ ଆସିଥିବା ବୋଲେରୋଟି ଦୁର୍ଘଟଣାଗ୍ରସ୍ତ ହୋଇ ୨୦ଫୁଟ ତଳକୁ ଖସିପଡିଥିବାବେଳେ ପୁଲିସ ଡ୍ରାଇଭରକୁ ନେଇ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ସୁଚନାରୁ ଜଣାଯାଇଛି ଯେ ଆଜି ଅପରାହ୍ନରେ ଘସିପୁରା ଅଞ୍ଚଳରୁ ଏକ ବୋଲେରୋ ଗାଡିରେ ଦୁଇଜଣ ଯୁବତୀ ନୁଆଗାଁ ଗ୍ରାମର ଜଣେ ଝିଅ ପାଖକୁ ଆସି ତାକୁ ଡାକି ବୋଲେରୋରେ ବସାଇ ନେଉଯାଉଥିଲେ । ତା ପଛରେ ଆଉ ଦୁଇଜଣ ପିଲା ବାଇକରେ ଯାଉଥିବା ବେଳେ ଯୁବତୀର ପରିବାର ଲୋକଙ୍କ ଭିତରେ ସନ୍ଦେହ ହୋଇଥିଲା । ସେମାନେ ବୋଲେରୋର ପିଛା କରିବାରୁ ବୋଲେରୋଟି ମୁଖ୍ୟ ରାସ୍ତାରେ ନଯାଇ ବାଘୁଆ ତୋଟା ଦେଇ ଦ୍ରୁତଗତିରେ ପଳାଉଥିବା ସମୟରେ ସୋସୋ ନିକଟରେ ଦୁଇଜଣ ବାଇକ ଆରୋହୀଙ୍କୁ ସାଇଟ ମାରି ୨୦ଫୁଟ ତଳକୁ ଖସିପଡିଥିଲା । ପାଟିତୁଣ୍ଡ ଶୁଣି ଶହଶହ ଲୋକ ଜମାହେବା ସହ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକମାନେ ଗାଡିରେ ବସିଥିବା ଯୁବତୀ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ବେଳେ ସୋସୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ଡ୍ରାଇଭରକୁ ଥାନାକୁ ନେଇ ଅଟକ ରଖିଛି ।ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବାବେଳେ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ