ଯୁବତୀ ଙ୍କୁ ଉଦ୍ଧାର କରିବାକୁ ଆସି ପୋଲିସ ହଟହଟା
ନିମାପଡ଼ା, (ସନ୍ତୋଷ ଦାଶ) :-ନିଜ ପ୍ରେମିକ ସହିତ ଘରୁ ପଳାଇ ଆସିଥିବା ଜୈନିକା ଯୁବତୀ ଙ୍କୁ ଉଦ୍ଧାର କରିବାକୁ ଆସି କଟକ ମାଲ ଗୋଦାମ ଥାନା ପୋଲିସ ନିମାପଡା ଅଞ୍ଚଳ ରେ ହଟହଟା ହୋଇ ବିଫଳ ହୋଇ ଫେରିବା ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଘଟଣା ରୁ ପ୍ରକାଶ ଯେ, କଟକ ମାଲଗୋଦାମ ଥାନା ଅଞ୍ଚଳ ର ଜୈନିକା ଯୁବତୀ କୁ ନିମାପଡା ଥାନା ଅନ୍ତୁଆର ଗ୍ରାମ ର ଜଣେ ଯୁବକ ଅପହରଣ କରିନେଇଥିବା ପୋଲିସରେ ଅଭିଯୋଗ ହୋଇଥିଲା । କଟକ ମାଲଗୋଦାମ ଥାନା ପୋଲିସ ନିମାପଡ଼ା ଥାନା ପୋଲିସ କୁ ନ ଜଣାଇ ଅନ୍ତୁଆର ଗ୍ରାମ ରେ ସଂପୃକ୍ତ ଯୁବକ ଙ୍କ ଘର ଉପରେ ଚଢ଼ାଉ କରି ଉଭୟ ଯୁବକ ଓ ଯୁବତୀ ଙ୍କୁ ଧରିଥିଲେ । ଯୁବତୀ ଜଣକ ଗ୍ରାମ ବାସୀ ମାନଙ୍କୁ ଏ ସମ୍ପର୍କ ରେ ଜଣାଇବାପରେ ଗ୍ରାମବାସୀ ମାନେ କଟକ ଥାନା ପୋଲିସ କୁ ବିରୋଧ କରି ଉଭୟ ଯୁବକ ଯୁବତୀ ଙ୍କୁ ନିମାପଡ଼ା ଥାନା କୁନେଇ ଆଇଆଇସି ଙ୍କ ଜିମା ଦେଇଥିଲେ। ସଂପୁକ୍ତ ଯୁବତୀ ସ୍ୱ ଇଚ୍ଛାରେ ଯୁବକ ଙ୍କ ସହିତ ଆସିଥିବା, ସେ ଯୁବକ ଙ୍କୁ ପ୍ରେମ କରୁଥିବା ଓ ଶୀଘ୍ର ବିବାହ କରିବେ ବୋଲି ନିମାପଡା ଥାନା ଆଇ ଆଇ ସି ଙ୍କୁ କହିବାରେ ସେ ପ୍ରାପ୍ତ ବୟସ୍କା ହୋଇଥିବାରୁ କଟକ ପୋଲିସ କୁ ଫେରିଯିବାକୁ କହିଥିଲେ । ଶେଷରେ ଯୁବତୀ ଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇ କଟକ ପୋଲିସ ହଟହଟା ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ। ଏହି ଘଟଣା ସମଗ୍ର ନିମାପଡା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।


