ଯୁବତୀ ଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଇକିଆ, (ପ୍ରଦୀପ ବେହେରା) :-କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦଡିଙ୍ଗିଆ ପଞ୍ଚାୟତ ର ଆମ୍ବେଦକର ନଗର ନିକଟ ରୁ ଜଣେ ଯୁବତୀଙ୍କ ମୃତ ଦେହ ଶୁକ୍ରବାର ସକାଳୁ ରାଇକିଆ ପୋଲିସ ଉଦ୍ଧାର କରିଛି । ମୃତ ଯୁବତୀ ଜଣକ ହେଲେ ଅଞ୍ଜୁତା ପ୍ରଧାନ । ବୁଧିଆପାଙ୍ଗା ଗ୍ରାମ ରେ ସେ ସମ୍ପର୍କୀୟ ଙ୍କ ଘରେ ରହୁଥିଲେ । ଗୁରୁବାର ସକାଳୁ ଫୁଲବାଣୀ ଯିବା ପାଇଁ କହି ଘରୁ ବାହାରି ଥିଲେ । ଅପରାହ୍ନ ରେ ଘରକୁ ଫୋନ୍ କରି ପହଞ୍ଚିଲା ବେଳେ ସନ୍ଧ୍ୟା ହୋଇଯିବ ବୋଲି କହିଥିଲେ। ସନ୍ଧ୍ୟା ସାତ ଟା ବେଳକୁ ତାଙ୍କ ନମ୍ବର ସ୍ଵିଚ ଅଫ ଥିବା ସମ୍ପର୍କୀୟ ବାପା ରାମ ପ୍ରଧାନ କହିଛନ୍ତି । ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରି ପାଇ ନଥିଲେ । ଶୁକ୍ରବାର ସକାଳୁ ଆମ୍ବେଦକର ନଗର ନିକଟ ବୁଦା ମୂଳରୁ ମୃତ ଦେହ ପଡ଼ିଥିବା ଦେଖି ଗ୍ରାମବାସୀ ପୋଲିସ କୁ ସୂଚନା ଦେଇଥିଲେ । ଏ ନେଇ ମୃତ ଯୁବତୀ ଙ୍କ ବାପା କିଶୋର ପ୍ରଧାନ ଙ୍କ ଅଭିଯୋଗ କ୍ରମେ କେସ ନ ୭୩/୨୨ ମାମଲା ରୁଜୁ କରି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି । କନ୍ଧମାଳ ଏସପି ଭିନିତ୍ ଅଗ୍ରୱାଲ ସାଇନ୍ତିଫିକ ଟିମ୍ ସହ ତଦନ୍ତ କରି ଫେରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ