ଯୁବତୀ ଚାଲାଣ ରାକେଟରେ ୩ ଗିରଫ,ଦୁଇ ଯୁବତୀ ଉଦ୍ଧାର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ଯୁବତୀ ଚାଲାଣ ରାକେଟ ବୃଦ୍ଧି ପାଉଛି । କରୋନା ମହାମାରୀ ନେଇ ୭ ମାସରୁ ଉର୍ଦ୍ଧ୍ବ ହାତ ଗୋଡ ବାନ୍ଧି ବସିଛନ୍ତି ଲୋକେ । ବିଗିଡା ଅର୍ଥନୀତି ପ୍ରଭାବରେ ସୁଯୋଗ ନେଇ ଯୂବତୀ ଚାଲାଣ ରାକେଟ ଏହାର ସୁଯୋଗ ନେଇ ଗାଁ ର କମ୍ ବୟସ୍କ ଯୁବକ ଓ ଯୁବତୀଙ୍କୁ ଚାକିରି ଲାଳସା ଦେଖାଇ ଅନୈତିକ କାର୍ଯ୍ୟ କଳାପରେ ଲଗାଉଛନ୍ତି । ଏଭଳି ଘଟଣା ଘଟିଛି ଗୋରୁ ମହିଷାଣୀ ଥାନା ଏବଂ ଗ୍ରାମାଞ୍ଚଳ ଥାନାରେ । ସୂଚନାଯୋଗ୍ୟ ଯେ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଶୁଣ୍ଢଳ ଗ୍ରାମର ଏବଂ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ଗାଁର ଦୁଇ ଜଣ ଯୁବତୀଙ୍କୁ ରାଉରକେଲାରେ ଚାକିରି କରେଇ ଦେବେ କହି ପଶ୍ଚିମବଙ୍ଗର ଯୁବତୀ ଚାଲାଣକାରୀ ମଧ୍ୟପ୍ରଦେଶର ସେଓପୁର ଗ୍ରାମରେ ବିକ୍ରି କରି ଦଦେଇଥିଲେ । ଦିର୍ଘ ଦିନ ପରେ ସେମାନଙ୍କ କୌଣସି ଖବର ନ ପାଇବାରୁ ପରିବାର ଲୋକେ ଗୋରୁମହିଷାଣୀ ଥାନା ଏବଂ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାରର ସ୍ମିତ ପୁରୁଷୋତ୍ତମ ଦାସଙ୍କ ନିର୍ଦ୍ଦେଶକ୍ରମେ ଗୋରୁମହିଷାଣୀ ଥାନା ଅଧିକାରୀ ପ୍ରଶାନ୍ତ ସ୍ଵାଇଁ, କନେଷ୍ଟବଳ ସୁଜାତା ମହାନ୍ତ,ଦାସ ହାଁସଦା ତଦନ୍ତ କରି ମଧ୍ୟପ୍ରଦେଶର ସେଓପୁରରୁ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ ।ପରେ ଗୋରୁମହିଷାଣୀ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ପଶ୍ଚିମବଙ୍ଗର ଗୋପିବଲ୍ଲଭପୁର ଥାନା ଅନ୍ତର୍ଗତ ଅଠାଙ୍ଗି ଗ୍ରାମକୁ ଯାଇ ୩ ଜଣ ଯୁବତୀ ଚାଲାଣକାରୀଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ୬୫/୨୦ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ତଦନ୍ତରୁ ଜଣାପଡ଼ୁଛି ଏହି ଚାଲାଣ କାଳୀଙ୍କ ସଂଖ୍ୟା ଅଧିକ ଏବଂ ସେମାନେ ୨୦ରୁ ଉର୍ଦ୍ଧ୍ବ ଯୁବତୀ ଚାଲାଣରେ ସଂପୃକ୍ତ । ଗୋରୁମହିଷାଣୀ ଥାନା ଅଧିକାରୀଙ୍କ ଏହି ସଫଳତାରେ ସାଧାରଣରେ ପ୍ରଶଂସା ।