ଯୁବନେତା ନରୋତ୍ତମ କୁତରଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତରଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଯୁବନେତା ନରୋତ୍ତମ ମଲିକ ଗୁରୁବାର ପ୍ରାଉର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ପତ୍ନୀ ସୀତାସୁନ୍ଦରୀ ମଲିକ ଏବେ ସେହି ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟରତ ଅଛନ୍ତି । ସେହି ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିଥିବା ଶ୍ରୀମତୀ ମଲିକଙ୍କ ବିକାଶ କାର୍ଯ୍ୟକୁ ମୁଦ୍ଦା କରି ଯୁବନେତା ନରୋତ୍ତମ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି । ପଞ୍ଚାୟତର ବିଭିନ୍ନ ସ୍କୁଲ ଗୃହର ଉନ୍ନତିକରଣ, ଆଦର୍ଶ ପୋଖରୀ ଖନନ, ପାର୍କ ନିର୍ମାଣ, ଖେଳ ପଡିଆ ପ୍ରଭୃତି ବିକାଶ ମୂଳକ କାର୍ଯ୍ୟ ତାଙ୍କ ପତ୍ନୀ ସରପଞ୍ଚ ଥିବା ସମୟରେ କରାଯାଇଛି ।