ଯୁବନେତା ରଞ୍ଜନ ମହାରଣାଙ୍କ ପିତୃ ବିୟୋଗ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଳକ ଅନ୍ତର୍ଗତ ସୋଡକ ଗ୍ରାମର ଯୁବ ସଙ୍ଗଠକ ରଞ୍ଜନ ମହାରଣାଙ୍କ ପିତା ତଥା ନାଏବ ସରପଞ୍ଚ ସୁନିତା ମହାରଣାଙ୍କ ଶ୍ୱଶୁର ବିଜୟ ମହାରଣାଙ୍କ ୬୫ ବର୍ଷ ବୟସରେ ସୋଡକ ରୋଡସାହିର ନିଜ ବାସଭବନରେ ଦେହାନ୍ତ ହୋଇଥିବା ଜଣାପଡିଛି। ସ୍ବର୍ଗତ ବିଜୟ ମହାରଣା ଦୀର୍ଘ ଦିନ ଧରି ଅସୁସ୍ଥ ରହି ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସା ହେଉଥିଲେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବାରୁ ଗତ ତିନିଦିନ ପୂର୍ବେ ଘରକୁ ଫେରିଥିଲେ। ଗତରାତ୍ରରେ ଖାଇପିଇ ଶୋଇଥିବା ବେଳେ ରାତ୍ର ପ୍ରାୟ ଦୁଇ ଘଣ୍ଟା ସମୟରେ ଇହଲୀଳା ତ୍ଯାଗ କରିଥିଲେ। ବିଜୟ ମହାରଣାଙ୍କ ମୃତ୍ଯୁରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଉତ୍କଳ ପ୍ରଧାନ, ସମିତିସଭ୍ଯା ଗୀତା ସେଠୀ, ଉଦାନ ପ୍ରଧାନ, ପୃଥିବୀରାଜ ଭଞ୍ଜଦେଓ, ସୁଶାନ୍ତ କୁଣ୍ଡ, ଭଗବାନ ସାହୁ ପ୍ରମୁଖ ରଞ୍ଜନ ମହାରଣାଙ୍କ ବାସଭବନକୁ ଯାଇ ସମବେଦନା ଜଣାଇବା ସହ ଆତ୍ମାର ସଦଗତି କାମନା କରିଥିଲେ। ସେହିପରି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଖବର ଶୁଣିବା ପରେ ଗଭୀର ଶୋକ ପ୍ରକାଶ କରିବା ସହ ସନବେଦନା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ