ଯୁବପିଢିଙ୍କୁ ଆକୃଷ୍ଠ କରିବ ଛତ୍ରପୁରର ନୂତନ ଫିଟନେସ ଜିମ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ୱାସ୍ଥ୍ୟ ହିଁ ସମ୍ପଦ । ସୁନ୍ଦର ସ୍ୱାସ୍ଥ୍ୟ ସହ ବଡି ଫିଟନେସ ରହିବା ନିମନ୍ତେ ଯୁବପିଢୀ ମାନେ ବ୍ୟାୟାମ ସହ ଜିମ୍ ଉପରେ ନିର୍ଭର କରିଥାନ୍ତି । ଏହା ସହ ଶରୀର କିପରି ସୁସ୍ଥ ଓ ସୌନ୍ଦର୍ଯ୍ୟ ଦିଶିବ ସେଥି ସକାଶେ ବିଭିନ୍ନ ରକମର ବ୍ୟାୟାମ ମଧ୍ୟ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଯୁବ ପିଢୀ ମାନେ କିପରି ଆକୃଷ୍ଠ ହେବେ ସେଥି ନିମନ୍ତେ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ସ୍ଥିତ ପଟ୍ଟନାୟକ କଲୋନୀ ଠାରେ ନୂତନ ଭାବେ ଏକ ଫିଟନେସ ଜିମ୍ ର ଶୁଭାରମ୍ଭ ହୋଇଛି । ଉକ୍ତ ଜିମରେ ବିଭିନ୍ନ ପ୍ରକାର ଆଧୁନିକ ବ୍ୟାୟାମ ଯନ୍ତ୍ରପାତି ସହିତ ଯୁବ ପିଢିଙ୍କୁ ଆକୃଷ୍ଠ କରିବା ପାଇଁ ବହୁ ସୁବିଧା ଉପଲବ୍ଧ ରହିଛି । ଏହି ଫିଟନେସ ଜିମ କୁ ମଙ୍ଗଳବାର ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର, ବଡି ବିଲଡିଂ ରେ ମିଷ୍ଟର ୱାର୍ଲଡ ଓ ମିଷ୍ଟର ଇଣ୍ଡିଆ ଉପାଧି ପ୍ରାପ୍ତ ପୁରୀ ଅଂଚଳର ଅନୀଲ ଗୋଚ୍ଛିକାର, ଆଇଏଫବିବି ପ୍ରୋ ଆଫ୍ରୋଜ ଖାନ୍ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଏବଂ ଜିଲ୍ଲା ବାହାର ବହୁ ବଡି ବିଲଡର ମାନେ ଉପସ୍ଥିତ ରହି ଆଧୁନିକ ଧରଣର ଯନ୍ତ୍ରପାତି ମାଧ୍ୟମରେ ବ୍ୟାୟାମ କରିବା ସହ ଛତ୍ରପୁରରେ ଏପରି ଜିମ ଉଦଘାଟନ ହୋଇଥିବାରୁ ବହୁ ଯୁବକ ଯୁବତୀ ମାନେ ଏହାର ସୁବିଧା ପାଇପାରିବେ ବୋଲି କହିଥିଲେ । ପରେ ଜିମ୍ ର ପ୍ରୋପାଇରଟର ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବଡି ବିଲଡର ବଲାଲ ଖାନ୍ ଓ ତାଙ୍କ ସହଧର୍ମିଣୀ ଅପସରା ବେଗମ ସମସ୍ତ ଅତିଥି , ଦୁଇ ଦିବ୍ୟାଙ୍ଗ ବଡିବିଲଡରଙ୍କ ସମେତ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ବଡି ବିଲଡର ମାନଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବଡିବିଲଡର ଜଲାଲ ଖାନଙ୍କ ସମେତ ଫିଟନେସ ଜିମର ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ