ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ସ୍ୱେଚ୍ଛାକୃତ ରକ୍ତଦାତା ମନୋଜ

ଆସିକା, (ଯୁଗାବ୍ଦ ନ୍ୟୁଜ):କୁହାଯାଏ ରକ୍ତ ଦାନ ମହତ୍ ଦାନ । ଏହାକୁ ବ୍ରତ ଭାବେ ଗ୍ରହଣ କରିଛନ୍ତି ଆସିକା ଏନ୍‍ଏସି ଅଧୀନସ୍ଥ ୧୫ ନମ୍ବର ୱାର୍ଡର ଆଧ୍ୟାତ୍ମିକପ୍ରେମୀ ମନୋଜ କୁମାର ଦାଶ । ଯୁବ ବୟସରୁ ପିତା ସ୍ୱର୍ଗତ ବିପିନ୍‍ ଚନ୍ଦ୍ର ଦାଶ ଓ ମାତା ଜୟନ୍ତୀ ଦାଶଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବର୍ତ୍ତମାନ ସୁଦ୍ଧା ୫୫ଥର ରକ୍ତ ଦାନ କରି ସାରିଲେଣି । ତାଙ୍କର ଏହି ନିଆରା ପ୍ରୟାସ ଅନ୍ୟମାନଙ୍କର ଜୀବନ ବଞ୍ଚାଇବାରେ ବେଶ୍ ସହାୟକ ହୋଇପାରୁଛି ବୋଲି ସାଧାରଣରେ ଆଲୋଚିତ ହେଉଛି । ଯିଏ ବି ତାଙ୍କ ନିକଟକୁ ରକ୍ତ ପାଇଁ ଯାଏ ସେ କାହାରିକୁ ନିରାଶ କରନ୍ତି ନାହିଁ । ବୃତ୍ତିରେ ସେ ଜଣେ ସରକାରୀ କର୍ମଚାରୀ ହୋଇଥିଲେ ମଧ୍ୟ ରକ୍ତ ଦେବାରେ ସେ ଅତ୍ୟନ୍ତ ଆନନ୍ଦ ପାଇଥାନ୍ତି ବୋଲି ଏକ ସାକ୍ଷାତାକାରରେ ପ୍ରକାଶ କରିଛନ୍ତି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଯେକୌଣସି ଲୋକର ଜରୁରୀକାଳୀନ ରକ୍ତର ଆବଶ୍ୟକତା ସଂକ୍ରାନ୍ତରେ ଖବର ମିଳିବା ମାତ୍ରକେ ରକ୍ତ ଦେବା ପାଇଁ ପହଁଞ୍ଚି ଯାଆନ୍ତି ଆଧ୍ୟାତ୍ମିକପ୍ରେମୀ ମନୋଜ କୁମାର ଦାଶ । ନିଜେ ରକ୍ତ ଦାନ କରିବା ସହିତ ଅନ୍ୟମାନଙ୍କୁ ରକ୍ତ ଦାନ କରିବାକୁ ସେ ସଚେତନ ମଧ୍ୟ କରିଥାନ୍ତି । ବୟସ ତାଙ୍କର ୫୩ ଛୁଇଁଲାଣି । ତାଙ୍କୁ ଯେତେବେଳେ ୨୬ ବର୍ଷ ବୟସ ହୋଇଥିଲା ସେ ଗତ ୧୯୯୮ ମସିହାରୁ ୨୦୨୫ ମସିହା ମଧ୍ୟରେ ଦୀର୍ଘ ୨୭ ବର୍ଷରେ ୫୫ ଥର ରକ୍ତଦାନ କରି ଚର୍ଚ୍ଚାରେ ଅଛନ୍ତି । ସେ ସମାଜସେବାରେ ସଦାସର୍ବଦା ନିଜକୁ ଉତ୍ସର୍ଗ କରିବା ସହ ରକ୍ତଦାନ ଭଳି ମହତ୍‍ କାମ କରିବାକୁ ପଣ କରିଛନ୍ତି । ରକ୍ତର ବିକଳ୍ପ ନାହିଁ, ମନୁଷ୍ୟ ଶରୀରରୁ ହିଁ ରକ୍ତ ସଂଗ୍ରହ କରାଯାଇପାରିବ । ରକ୍ତଦାନ ଶରୀରକୁ କ୍ଷତି କରୁନଥିବା ବେଳେ ଅନ୍ୟର ଜୀବନ ବଞ୍ଚାଇବାରେ ବିଶେଷ ସହାୟକ ହୋଇଥାଏ । ଏହି ରକ୍ତଦାନ ପାଇଁ ସମସ୍ତେ ଆଗେଇ ଆସିବା ସକାଶେ ସ୍ୱେଚ୍ଛାକୃତ ରକ୍ତଦାତା ମନୋଜ କୁମାର ଦାଶ ସମସ୍ତଙ୍କୁ ଅନୁରୋଧ କରୁଥିବା ଜଣାପଡିଛି । ତାଙ୍କର ଏହି ମହତ୍‍ କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିବା ଜଣାପଡିଛି । ଯୁବ ବୟସରୁ ଆଧ୍ୟାତ୍ମିକପ୍ରେମୀ ମନୋଜ କୁମାର ଦାଶଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିଲା ବେଳେ ତାଙ୍କର ଏହି ମହତ୍ ପ୍ରୟାସ ଯୁବପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ