ଯୁବବର୍ଗଙ୍କ ପ୍ରେରଣା ଚିରଞ୍ଜିବ ; ବିନା ସରକାରୀ ସହାୟତାରେ କରୁଛନ୍ତି ଖାକିକେମେଲ ବତକ ଚାଷ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ବର୍ତ୍ତମାନ ପାଠସାଠ ପଢି ସରକାରୀ ଓ ବେସରକାରୀ ଚାକିରୀ ଖଣ୍ଡିଏ ପାଇବା ପାଇଁ ଯୁବ ସମାଜ ଉତ୍କଣ୍ଠା ପ୍ରକାଶ କରୁଥିବାବେଳେ ଅନ୍ୟକେତେକ ବ୍ୟାଙ୍କ ଋଣ ଆଶାରେ ବ୍ୟବସାୟ ପାଇଁ ମନବଳାଉଛନ୍ତି । ବିଶେଷକରି ସରକାରୀ ନିର୍ଦ୍ଦେଶିତ ଋଣ ପାଇଁ ସମସ୍ତେ ପ୍ରାୟ ବ୍ୟଘ୍ର ରହୁଛନ୍ତି । କାରଣ ଏଥିରେ ରିହାତି ବ୍ୟବସ୍ଥା ଥିବାରୁ ବ୍ୟବସାୟ ସଫଳ ହେଉକି ବିଫଳ ହେଉ ଋଣ ଅର୍ଥ ହାତେଇବା ପାଇଁ ସମସ୍ତଙ୍କ ଇଚ୍ଛା ରହୁଛି । ଏହାସତ୍ତ୍ୱେ ଗ୍ରାମାଞ୍ଚଳର ମଧ୍ୟ କିଛି ଶିକ୍ଷିତ ଯୁବକ ବିନା ସରକାରୀ ସହାୟତାରେ ବ୍ୟବସାୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟୁଛନ୍ତି । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ହାଜିପୁର ଗ୍ରାମର ଯୁବକ ଚିରଞ୍ଜିବ ନାୟକ ସରକାରୀ ଋଣ ପଛରେ ନଗୋଡାଇ ଆତ୍ମନିର୍ଭରଶୀଳ ହେବା ପାଇଁ ଅଣ୍ଟା ଭିଡିଛନ୍ତି । ସେ ଯୁକ୍ତ ଦୁଇ ଆଇଟିଆଇ ଶିକ୍ଷା ପ୍ରାପ୍ତ କରିବା ପରେ ଚାକିରୀ ପଛରେ ନଗୋଡାଇ ନିଜସ୍ୱ ଢଙ୍ଗରେ କିଛି ବୃତ୍ତିକୁ ଆପଣାଇଛନ୍ତି । ପ୍ରଥମେ କେନ୍ଦୁଝରରୁ କୁଣ୍ଡା ଓ ଗୋଖାଦ୍ୟ ଆଣି ବିକ୍ରୟ କରି ପରିବାର ପାଇଁ ରୋଜଗାରର ପନ୍ଥା ବାଛିଥିଲେ । ନିଜ ପ୍ରଚେଷ୍ଟାର ଏକ ଟାଟା ମ୍ୟାଜିକ ସହିତ ପିକଅପ ଭ୍ୟାନଟିଏ ମଧ୍ୟ ବ୍ୟବସାୟରେ ଲଗାଇଥିଲେ । ଏହାଛଡା ମଧ୍ୟମ ଧରଣର ଯୁବଚାଷୀ ଭାବେ ଗାଁରେ ସେ ବେଶ ଜଣାଶୁଣା । ଇତିମଧ୍ୟରେ କରୋନା ଭଳି ଏକ ମହାମାରୀ ଆସିବାରୁ ଗାଡିଘୋଡା ବନ୍ଦ ହୋଇଯିବାରୁ ତାଙ୍କର ବ୍ୟବସାୟ ମଧ୍ୟ ମାନ୍ଦା ପଡିଗଲା । ଦକ୍ଷତା ଅନୁଯାୟୀ ଇଚ୍ଛା ଥିଲେ ଉପାୟ ଆସେ ଭଳି କର୍ମକୁ ପାଥେୟ କରି ଚିରଞ୍ଜିବ କିଛି ନୂଆ କରିବାକୁ ମନବଳାଇଥିଲେ । ବ୍ଲକ ଅଞ୍ଚଳରେ ସରକାରୀ ସହାୟତକୁ ନେଇ କିଛି ଯୁବକ ବ୍ରୟଲର ଫାର୍ମ କରିଥିଲେ ସୁଦ୍ଧା କେହି ବତକ ଚାଷ କରୁନଥିବା ସେ ଜାଣି ପାରିଥିଲେ । ଏହାପରେ ସେ ଆଉ ଡେରି ନକରି ଆନ୍ଧ୍ର ଯାଇ ଖାକି କେମେଲ ଜାତୀୟ ବତକ ଚିଆଁ ଆଣି ଚାଷ ଆରମ୍ଭ କରିଛନ୍ତି । ସରକାରୀ କାର୍ଯ୍ୟାଳକୁ ଋଣ ପାଇଁ ଦଉଡି ଦଉଡି ହତାଷ ହେବା ଅପେକ୍ଷା ନିଜସ୍ୱ ପ୍ରଚେଷ୍ଟାରେ ନୂଆ କିଛି କରିବାକୁ ପରିକଳ୍ପନା କରୁଥିବା ଚିରଞ୍ଜିବ ଜଣାଇଛନ୍ତି । ପ୍ରଥମକରି ୫ଶହ ବତକ ଚିଆଁ ସହିତ ଆନୁସଂଗୀକ ଭିତ୍ତିଭୂମି ବିକାଶ ଦିଗରେ ପାଖାପାଖି ଏକଲକ୍ଷ ଟଙ୍କା ବ୍ୟୟ କରିଥିବା ସୂଚନା ଦେଇଛନ୍ତି । ବାସଗୃହ ପାଶ୍ୱର୍ ଛୋଟିଆ ବାଡିରେ ସେ ବତକ ଚାଷ କରୁଥିବାବେଳେ ଏହା ସଂଲଗ୍ନ କିଛି ସ୍ଥାନରେ ସେ ପନିପରିବା ଚାଷ କରୁଛନ୍ତି । ଏହା ସହିତ ବତକ ଚିଆଁ ବଢିଲେ ସେମାନଙ୍କ ପହଁରିବା ପାଇଁ ପାଣିର ଆବଶ୍ୟକତା ଥିବାରୁ ନିକଟରେ ଥିବା କ୍ଷୁଦ୍ର ଚାଷଜମିକୁ ମଧ୍ୟ ପୋଖରୀ ଭାବେ ବ୍ୟବହାର କରୁଛନ୍ତି । ସ୍ୱାବଲମ୍ବୀ ଚିରଞ୍ଜିବୀଙ୍କ ଏଭଳି କାର୍ଯ୍ୟ ସମ୍ପର୍କରେ ବ୍ଲକ ପଶୁସମ୍ପଦ ବିଭାଗ ଅଧିକାରୀଙ୍କ ମତାମତ ନେବାରୁ ତାଙ୍କ ଅଧିନରେ କେବଳ ବିଭିନ୍ନ ସ୍ଥାନରେ ବ୍ରୟଲର ଫାର୍ମ ହୋଇଥିବା ସେ ସୂଚନା ଦେଇଛନ୍ତି । କେହି ଖାକିମେଲ ପ୍ରଜାତୀୟ ଉନ୍ନତମାନର ବତକ ଚାଷ କରୁଥିବା ସେ ପ୍ରଥମେ ଜାଣିବାକୁ ପାଇଛନ୍ତି । ତେଣୁ ସେ ଯଥାଶୀଘ୍ର କ୍ଷେତ୍ର ପରିଦର୍ଶନ କରିବା ସଂଗେ ସଂଗେ ପ୍ରୋତ୍ସାହନ ପୂର୍ବକ ତାଙ୍କର ସାହାର୍ଯ୍ୟ ଆବଶ୍ୟକ ପଡିଲେ ସେ ଯୋଗାଇଦେବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ