ଯୁବମୋର୍ଚ୍ଚା ଘୁମୁସର ସାଙ୍ଗଠନିକ ଜିଲ୍ଲାର ସଭାପତି ହେଲେ ଅଜିତ୍
ଆସିକା (ୱାଇଏନ୍ଏସ୍): ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି । ଭାରତୀୟ ଜନତା ଯୁବ ମୋର୍ଚ୍ଚା ଘୁମୁସର (ଆସିକା) ସାଙ୍ଗଠନିକ ଜିଲ୍ଲାର ସଭାପତି ରୂପେ ସୁସଂଗଠକ ତଥା ଦଳର ଶୃଙ୍ଖଳିତ କର୍ମୀ ଅଜିତ୍ ପଣ୍ଡାଙ୍କୁ ମନୋନୀତ କରାଯାଇଥିବାରୁ ଶୁଭେଚ୍ଛୁ ଓ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳୁଛି । ଯୁବମୋର୍ଚ୍ଚା ଘୁମୁସର (ଆସିକା) ସାଙ୍ଗଠନିକ ଜିଲ୍ଲାର ସଭାପତି ରୂପେ ନିଯୁକ୍ତି ପାଇଥିବା ସୁସଂଗଠକ ଅଜିତ୍ ପଣ୍ଡାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ଯୁବ ମୋର୍ଚ୍ଚା ଘୁମୁସର (ଆସିକା) ସାଙ୍ଗଠନିକ ଜିଲ୍ଲାର ସଭାପତି ରୂପେ ନିଯୁକ୍ତି ପାଇଥିବା ସୁସଂଗଠକ ଅଜିତ୍ ପଣ୍ଡା ଏହି ନିଯୁକ୍ତି ପାଇଁ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସଂପାଦକ ମାନସ ମହାନ୍ତି, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ବିଜେପି ଘୁମୁସର (ଆସିକା) ଜିଲ୍ଲା ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ ଓ ସାଧାରଣ ସଂପାଦକ ଯଜ୍ଞନାରାୟଣ ଦାଶ, ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ସୂର୍ଯ୍ୟନାରାୟଣ ଦାଶ, ବିଜେପି ନେତା ଅନିଲ୍ କୁମାର ପଣ୍ଡା, ନାରାୟଣ ବେହେରାଙ୍କ ସମେତ ସମସ୍ତ ମନ୍ତ୍ରୀ, ବିଧାୟକ, ଦଳୀୟ ନେତାଙ୍କୁ କୃତଜ୍ଞତା ଜଣାଇବା ସହ ଯୁବମୋର୍ଚ୍ଚାର ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ସମସ୍ତଙ୍କ ସହଯୋଗ, ମାର୍ଗଦର୍ଶନ, ଉପଦେଶ ଓ ପ୍ରେରଣା କାମନା କରିଥିବା ଜଣାପଡିଛି । ଯୁବ ମୋର୍ଚ୍ଚା ଘୁମୁସର (ଆସିକା) ସାଙ୍ଗଠନିକ ଜିଲ୍ଲାର ସଭାପତି ରୂପେ ନିଯୁକ୍ତି ପାଇଥିବା ସୁସଂଗଠକ ଅଜିତ୍ ପଣ୍ଡା ଦୀର୍ଘ ବର୍ଷ ଧରି ଦଳର ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ ରହି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଆସୁଥିବା ଦେଖିବାକୁ ମିଳୁଛି । ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବା କରିବା ଲକ୍ଷ୍ୟରେ ରାଜନୀତିରେ ପାଦ ଥାପିଥିବା ସୁସଂଗଠକ ଅଜିତ୍ ପଣ୍ଡା ଦୀର୍ଘ ବର୍ଷ ଧରି ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ରହି ଦଳୀୟ ସଂଗଠନକୁ ସୁଦୃଢ କରିବା ସାଙ୍ଗକୁ ଲୋକଙ୍କ ସୁଖଦୁଃଖରେ ସାମିଲ୍ ହେଉଥିବା ଦେଖିବାକୁ ମିଳୁଛି ।


