ଯୁବଶକ୍ତି କ୍ଲବ ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣ ବାଡ଼ ଯୁବ ଶକ୍ତି କ୍ଲବ ପକ୍ଷରୁ ଭାଗବତ ପରାୟଣ ସହିତ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଚାଲିଥିବା ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ ନାରାୟଣ ପଣ୍ଡା ଶୁଭ କଳସ ସ୍ଥାପନ କରିଥିଲେ।ବାଣୀ ସେବକ ହିମାଂଶୁ ମହାରାଜାଙ୍କ ଦ୍ଵାରା ଭାଗବତ ପରାୟଣ ପ୍ରବଚନ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ସନ୍ଧ୍ୟାରେ କୁନି କୁନି ପ୍ରତିଭା ମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ବିଚାରକ ଭାବେ ପାଲା ଗାୟକ ବିଶ୍ବମ୍ବର ନାଥ ଓ ଯାତ୍ରା ଅଭିନେତା ପ୍ରଭାକର ସାହୁ ପ୍ରତିଯୋଗୀ ମାନଙ୍କର ପ୍ରତିଭା ନିର୍ଣ୍ଣୟ କରିଥିଲେ । ଏହି ଅବସରରେ କୁନି ପ୍ରତିଭା ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଜଣାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମ କୁ ଶିକ୍ଷାବିତ ପବନ କୁମାର ନାୟକ, ସୁଧାକର ନାୟକ,ନିର୍ମଳ ସେନାପତି, ପ୍ରେମାନନ୍ଦ ନାୟକ, ଅନିରୁଦ୍ଧ ସେଠୀ, ଲିପନ ସାହୁ, ମଦନ ସାହୁ, କିରଣ ନାୟକ, ବିଶ୍ବରଂଜନ ନାୟକ, ନିରଞ୍ଜନ ନାୟକ, ସୁଦର୍ଶନ ଦାସ ପ୍ରମୁଖ ପରିଚାଳନା କରିଥିଲେ।


