ଯୁବଶକ୍ତି କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ଗ୍ରାମର ଯୁବଶକ୍ତି କ୍ଲବ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବଶିକ୍ଷାବିତ ନିର୍ମଳ ଚନ୍ଦ୍ର ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚ ବିଜୟ ଶଙ୍କର ମହାନ୍ତି ଯୋଗଦେଇଥିଲେ । ପ୍ରଥମେ ଗ୍ରାମରେ ଥିବା ମହାଦେବ ମନ୍ଦିର ପ୍ରାଙ୍ଗଣରେ ସରପଞ୍ଚ ବୃକ୍ଷରୋପଣ କରିଥିଲେ । କ୍ଲବର ସଦସ୍ୟମାନେ ୨୦ରୁ ଅଧିକ ଚମ୍ପା, ବଉଳ, ଦେବଦାରୁ ଗଛ ଲଗାଇଥିଲେ । ଏହି ଅବସରରେ ବୃକ୍ଷ ଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱ ବରିଷ୍ଠ ସଦସ୍ୟ ଉପେନ୍ଦ୍ର ପରିଡାଙ୍କ ହସ୍ତରେ ନ୍ୟାସ୍ତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଯୁବଶକ୍ତି କ୍ଲବର ସ୍ୱେଚ୍ଛାସେବୀ ଯୁବକ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ