ଯୁବସମାଜ ସେବୀ ସୁନିଲ ନାୟକଙ୍କ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୧,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ସାରା ମାନବ ସମାଜକୁ ଗୋଟିଏ ପଟେ ମହାମାରୀ କରୋନା ଘେରିଥିବାବେଳେ ତାକୁ ଚେକ୍ ଦେବାପାଇଁ ଅନ୍ୟପଟେ ଲକ୍ ଡାଉନ୍ । ଏଥିନେଇ ସାରା ଓଡ଼ିଶାରେ ଆର୍ଥିକ ଅବସ୍ଥା ବିଗୁଡୁଛି ।ଶିଳ୍ପ, କାରଖାନା, କର୍ମନିଯୁକ୍ତି ସବୁ ଠପ୍ । କିନ୍ତୁ ସରକାରଙ୍କ ପକ୍ଷରେ ଲକ୍ ଡାଉନ୍ ହିଁ ବର୍ତ୍ତମାନ ସୁଦ୍ଧା ଏକମାତ୍ର ବିକଳ୍ପ ମାନବକୃଚ ସାମୟିକ ସମାଧାନ । ସ୍ବାସ୍ଥ୍ୟ,ଗରିବ ଲୋକଙ୍କ ପାଇଁ ଖାଦ୍ୟ,,ଔଷଧ, ଏବଂ ଆନୁଷଙ୍ଗିକ ପ୍ରସ୍ତୁତି ପାଇଁ କୋଟି ଟଙ୍କାର ଆବଶ୍ୟକତା ରହିଛି । ସେଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦଳମତ ନିର୍ବିଶେଷରେ , ବିଭିନ୍ନ ଅନୁଷ୍ଠାନ,ପ୍ରତିଷ୍ଠାନକୁ ସାହାର୍ଯ୍ୟ ପାଇଁ ନିବେଦନ କରିଛନ୍ତି । ମୟୂରଭଂଜ ଜିଲ୍ଲାର ବାରିପଦା ନିବାସୀ ଜଣାଶୁଣା ଦୁଖିରଙ୍କୀଙ୍କ ସାଥୀ ଯୁବ ସମାଜସେବୀ ସୁନିଲ ନାୟକ ‘କରୋନା’ ରେ ପ୍ରଭାବିତ ହେଉଥିବା ଲୋକମାନଙ୍କର ଅଙ୍ଗେନିଭା ଅଶ୍ରୁ ଭରା ଦୁଃଖକଷ୍ଟ ଦେଖି ନିଜର ସଂଚିତ ଥିବା ୧୧,୦୦୦ ଟଙ୍କା ର ସହାୟତା ରାଶି ମୟୂରଭଂଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସୋମବାର ଦିନ ପ୍ରଦାନ କରିଛନ୍ତି ।ତଦସହ ଲକ୍ ଡାଉନ୍ ଠାରୁ ବାରିପଦାରେ ଦୁଖୀରଙ୍କିଙ୍କ ସହାୟତା ଯୋଗାଇବା, ଖାଦ୍ୟ ବଣ୍ଟନ,ମାସ୍କବଣ୍ଟନ, ସଚେତନ କରାଇବା, ଅସହାୟ ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଇବା ପଶୁପକ୍ଷୀ ମାନଙ୍କୁ ଖାଇବାକୁ ଦେବା କାମରେ ନିଜକୁ ନିୟୋଜିତ କରି ଆସୁଛନ୍ତି । ସହରର ସମସ୍ତଙ୍କ ପ୍ରିୟ ସୁନିଲ ।ଯାହାର କେହି ନାହିଁ ତାଙ୍କର ସୁନିଲ ଅଛି ।ପିଲା ଛୋଟ ହେଲେ ବି ଚିନ୍ତା, ଚେତନା,ସେବା ମନୋଭାବ ତାଙ୍କର ଉଚର । ତାଙ୍କର ସେବା ମନୋଭାବ ପାଇଁ ସେ ସବୁରି ପ୍ରିୟ ଓ ପ୍ରଶଂସନୀୟ ।ଅଙ୍କରେ ଯଦିଓ ସେ କମ ଦେଇଛନ୍ତି କିନ୍ତୁ ତାହା ବର୍ତମାନ ପାଇଁ ବହୁତ । ସମୁଦ୍ରକୁ ଶଙ୍ଖେ ହେଲେବି ଏଭଳି ବିପର୍ଯ୍ୟୟ ସମୟରେ ବହୁତ ଦରକାରରେ ଲାଗିବ । ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ ସେ ଯେଭଳି ଆଗକୁ ଆହୁରି ଅସହାୟ ଲୋକଙ୍କ ସେବାରେ ସମର୍ପିତ ହେବେ ।


