ଯୁବସେବା ଓ କ୍ରାନ୍ତି ଯୁବ ସଂଘର ରକ୍ତଦାନ ଶିବିର
ଛତ୍ରପୁର (ଓ୍ବାଇଏନ୍ଏସ୍) : ମହାମାରୀ କରୋନା ପ୍ରଭାବରେ ରାଜ୍ୟରେ ରକ୍ତର ଘୋର ଅଭାବ ରହିଛି । ଏ ନେଇ ବିଭିନ୍ନ ଅଂଚଳରେ ସ୍ୱେଚ୍ଛାସେବୀମାନେ ଭ୍ରାମ୍ୟମାଣ ଯାନ ଦ୍ୱାରା ରକ୍ତଦାନ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ରେଳଷ୍ଟେସନ ନିକଟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ନାରାୟଣ ଯୁବସେବା ସଂଘ ଓ କ୍ରାନ୍ତି ଯୁବ ଛାତ୍ର ସଂଘର ମିଳିତ ଆନୁକୂଲ୍ୟରେ ଜଲାଲ ଖାନ୍, ଇଜୁ ଅମିନ ଖାନ୍ ଓ ଚିଙ୍କାରା ବେହେରାଙ୍କ ନେତୃତ୍ୱରେ ଭ୍ରାମ୍ୟମାଣ ଯାନ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ ଜଣ ସ୍ୱେଚ୍ଛାସେବୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ରାୟ, ରଂଜିତ ରଥ, ନାଗେଶ୍ୱର ରାଓ, ହେମନ୍ତ ବେହେରା, ବଳିଆ ବେହେରା, ପ୍ରଶାନ୍ତ କୁମାର ପ୍ରଧାନ, ପୂର୍ଣ୍ଣଞ୍ଜୟ ଜେନାଙ୍କ ସମେତ ବହୁ ଯୁବକମାନେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ବ୍ରହ୍ମପୁର ବ୍ଲଡବ୍ୟାଙ୍କର ଡାକ୍ତର ସୁସ୍ମିତା ବେହେରା, ଚିନ୍ମୟ ବେହେରା, ରାମହରି ପଣ୍ଡା, ଦେବାଶିଷ ପଣ୍ଡା, ଚନ୍ଦ୍ର ରାଓ, ଡମ୍ବରୁ ବାହାଦୂର କାର୍କି ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥିଲେ ।