ଯୁବା ସମାଜସେବୀ ରାକ୍ଷୀ ସାହୁଙ୍କୁ ବିହାରୀ ଏକତା ସଂଘ ତରଫରୁ ସମ୍ବର୍ଦ୍ଧନା

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ସବୁଠାରୁ ଆର୍ଥିକ ସୁଦୃଢ ଥିବା କୁସୁମି ବ୍ଲକର ହାଟବାଦଡା ପଞ୍ଚାୟତର ହାଟବାଦଡା ଗ୍ରାମର‌ ୩ନମ୍ବର ଓ୍ବାର୍ଡର ୱାର୍ଡ ମେମ୍ବର ପ୍ରାର୍ଥୀନୀ ଭାବେରାକ୍ଷୀ ସାହୁ ବିଜୟ ଲାଭ କରିଛନ୍ତି ।ସେ ଜଣେ ବିହାରୀ ସମାଜର ଧର୍ମପରାୟଣା ଓ ସମାଜସେବୀ ମହିଳା । ବାମନଘାଟୀ ବିହାରୀ ଏକତା ସଂଘ ତରଫରୁ ରାକ୍ଷୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବିହାରୀ ଏକତା ସଂଘ ସଭାପତି ଲାଲ ବାବୁ ସାହୁ, ମୟୂର ଗୁପ୍ତା, ରବୀନ୍ଦ୍ର ସାହୁ, ଅନିଲ ସାହୁ, ବୈଦ୍ୟନାଥ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ